ପତ୍ନୀ ହତ୍ୟାକାରୀ ସ୍ୱାମୀ ଜେଲ୍‌ ଗଲା

ଦେବଗଡ଼: ଗତ ରବିବାର ରାତିରେ ଶୋଇଥିବା ବେଳେ ନିଜ ପତ୍ନୀଙ୍କୁ କୋଦାଳ ବେଟରେ ପିଟି ହତ୍ୟା କରିଥିବା ଅଭିଯୁକ୍ତ ସ୍ୱାମୀକୁ ବାରକୋଟ ଥାନା ଅନ୍ତର୍ଗତ ପେଟପୁରା ଗାଁର ନବୀନ ଧୀବର (୪୭)କୁ ବୁଧବାର ପୁଲିସ୍‌ କୋର୍ଟ ଚାଲାଣ କରିବା ପରେ ଜେଲ୍‌ ହାଜତକୁ ପଠାଇ ଦେଇଛି। ପ୍ରକାଶଥାଉ କି ନବୀନ ଗତ ରବିବାର ରାତିରେ ନିଜ ପତ୍ନୀ ନଳିନୀ ଧୀବର (୪୨)ଙ୍କୁ କୋଦାଳ ବେଣ୍ଟରେ ପିଟି ହତ୍ୟା କରିଥିଲା। ମୁଣ୍ଡରେ ବାରମ୍ବାର ଶକ୍ତ ପ୍ରହାର ଫଳରେ ଘଟଣା ସ୍ଥଳରେ ହିଁ ନଳିନୀଙ୍କ ମୃତ୍ୟୁ ହୋଇ ଯାଇଥିଲା। ସୋମବାର ସକାଳେ ନବୀନଙ୍କ ବନ ଭାଇ ଝରିଆ ଧୀବର ଏ ନେଇ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍‌ ଗାଁରେ ପହଞ୍ଚି ଶବ ଜବତ କରିବା ସହ ନବୀନକୁ ଗିରଫ କରିଥିଲା। ଏ ନେଇ ଏକ ହତ୍ୟା ମାମଲା ରୁଜୁ କରି ବୁଧବାର ତାକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର