ମଦ ବିରୋଧୀ ରାଲି

ବେଲପାହାଡ଼: ବେଲପାହାଡ଼ ପୌରାଂଚଳରେ ମଦ ବିରୋଧୀ ଅଭିଯାନରେ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ଗୁମାଡ଼େରା ମାଉସୀ ମା’ ମନ୍ଦିରରୁ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ବେଲପାହାଡ଼ ଶାଖା ପକ୍ଷରୁ ଏହି ରାଲିରେ ବହୁ ମହିଳା ସାମିଲ ହୋଇଥିଲେ। ପରେ ସାଧାରଣ ସଭାରେ ଅଭିଯାନର ସଭାନେତ୍ରୀ ବୁନୁରାଣୀ ଶତପଥୀ, ସଦସ୍ୟା ବାସନ୍ତୀ ଆଚାର୍ଯ୍ୟ, ଶ୍ରୀକାନ୍ତ ପଟ୍ଟନାୟକ, ରୋହିତେଶ୍ୱର ପ୍ରଧାନ, ବିଭୂତି ଭୂଷଣ ଦାସ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର