ଦେବଗଡ଼: ସ୍ଥାନୀୟ ସର୍କିଟ ହାଉସ ନିକଟରେ ଥିବା ମାଝୀ ଢାବାର ନିର୍ମାଣଧୀନ ଦୋକାନ ଗୃହ କାନ୍ଥ ଗୁରୁବାର ଭୁଶୁଡ଼ି ପଡ଼ିବାରୁ ଜଣେ ମହିଳା ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନାନୁସାରେ ଉକ୍ତ ଢାବାର ନୂଆ ଗୃହ କାମ ଚାଲିଥିବା ବେଳେ ତିଲେଇବଣୀ ବ୍ଲକ୍ କଳାମାଟି ଗ୍ରାମର ସଂପୃକ୍ତ ମହିଳା ଜଣକ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ତେବେ ନିର୍ମାଣାଧୀନ କାନ୍ଥଟି ହଠାତ୍ ଭୁଶୁଡ଼ି ତାଙ୍କ ଉପରେ ପଡ଼ିବାରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଦେବଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଂକଟାପନ୍ନ ଥିବାରୁ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି। ତେବେ ଘଟଣାଟିକୁ ଢାବା ମାଲିକ ଚପାଇବାକୁ ଉଦ୍ୟମ ଚଳାଇଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି।
କାନ୍ଥ ଭୁଶୁଡ଼ି ମହିଳା ଗୁରୁତର
/sambad/media/post_attachments/wp-content/uploads/2019/02/Ambulance_outside_West_Suffolk_Hospital_-_geograph_org_uk_-_545445-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)