ଦେବଗଡ଼: ରିଆମାଳ ବ୍ଲକ ପଲସମା ପଞ୍ଚାୟତରେ ପ୍ରସ୍ତାବିତ ଦେଶୀ ମଦ ଦୋକାନ ବିରୋଧ କରିଛନ୍ତି ପଲସମା, ଉଟୁଣିଆ ଓ ବାଘବର ପଞ୍ଚାୟତର ମହିଳା। ବୁଧୁବାର ଏ ନେଇ ଜିଲ୍ଲା ମହିଳା ସୁରକ୍ଷା ସମିତି ସଭାନେତ୍ରୀ ମିନତୀ ନାୟକ, ଜିଲ୍ଲା ପରିଷଦ ସଭ୍ୟା ନିଶାନୀ ବେହେରା, ନାରୀ ନେତ୍ରୀ ଯାଜ୍ଞସେନୀ ନାୟକ ଓ ରିଆମାଳ ବ୍ଲକ ଉପାଧ୍ୟକ୍ଷ ବୈକୁଣ୍ଠ ପାଇକରାୟଙ୍କ ନେତୃତ୍ୱରେ ଉପରୋକ୍ତ ୩ଟି ପଞ୍ଚାୟତର ବହୁ ସଂଖ୍ୟକ ମହିଳା ସ୍ଥାନୀୟ ପୋଷ୍ଟ ଅଫିସ୍ ଛକରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଦେବଗଡ଼ ଜିଲ୍ଲାପାଳଙ୍କ ଅଫିସ୍ରେ ପହଞ୍ଚିଥିଲେ। ପ୍ରସ୍ତାବିତ ଦୋକାନକୁ ବିରୋଧ ଓ ‘ଆମକୁ ମଦ ନୁହେଁ ପାଣି ଦରକାର’ ବୋଲି ଭାରପ୍ରାପ୍ତ ଜିଲ୍ଲାପାଳ ଧରମ ହାଁସଦାଙ୍କୁ ଦାବିପତ୍ର ଦେଇଥିଲେ। ପଲସମା ପଞ୍ଚାୟତ ଏକ ଆଦିବାସୀ ଓ ହରିଜନ ବହୁଳ ଅଂଚଳ ହୋଇଥିବାରୁ ଦେଶୀ ମଦ ଦୋକାନ ସ୍ଥାପନ କରାଗଲେ ଗରିବ ଲୋକେ ସର୍ବସ୍ୱାନ୍ତ ହେବା ସହ ଅଂଚଳରେ ଶାନ୍ତି ଶୃଙ୍ଖଳା ବ୍ୟାହତ ହେବ ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ଜିଲ୍ଲା ପ୍ରଶାସନ ଏହା ଉପରେ ପଦକ୍ଷେପ ନେଉ ବୋଲି ସେମାନେ ଦାବି କରିଥିବା ଜଣାପଡ଼ିଛି।
ପ୍ରସ୍ତାବିତ ଦେଶୀ ମଦ ଦୋକାନ ବିରୋଧରେ ତାତିଲେ ମହିଳା:‘ମଦ ନୁହେଁ, ପାଣି ଦରକାର’
/sambad/media/post_attachments/wp-content/uploads/2018/07/debagad.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)