ଦେବଗଡ଼: ବିଧାୟକଙ୍କ ନାମରେ ନକଲି ଆଇଡି ଖୋଲି ଯୁବକ ଗିରଫ

ଦେବଗଡ଼: ବିଧାୟକ ନିତେଶ ଗଙ୍ଗଦେବଙ୍କ ନାମରେ ନକଲି ଆକାଉଣ୍ଟ ଖୋଲିବା ଘଟଣାରେ ସମ୍ବଲପୁର ଫାଟକ ଅଞ୍ଚଳର ଜଣେ ଯୁବକ ସୂରଜ ମଣ୍ଡଲକୁ ପୁଲିସ ଗିରଫ କରିଛି। ପୂର୍ବରୁ ଦେବଗଡ଼ ବିଧାୟକଙ୍କ ନାମରେ ନକଲି ଆଇଡି ପ୍ରସ୍ତୁତ କରି ସୂରଜ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ ଟଙ୍କା ମାଗିଥିଲା। ଏଥି ପାଇଁ ସେ ଫେସ୍‌ବୁକ୍‌ ଆକାଉଣ୍ଟରେ ଏକ ବ୍ୟାଙ୍କ ଆକାଉଣସ୍‌ ନମ୍ବର ମଧ୍ୟ ଦେଇଥିଲା। ଘଟଣା ସମ୍ପର୍କରେ ଅବଗତ ହେବା ପରେ ବିଧାୟକ ନିତେଶ ଏସ୍‌ପିଙ୍କୁ ଅଭିଯୋଗ କରିଥିଲେ। ପରେ ଏସ୍‌ପିଙ୍କ ନିର୍ଦ୍ଦେଶରେ ପୁଲିସ ଟିମ୍‌ ସୂରଜକୁ ସମ୍ବଲପୁର ଫାଟକ ଅଞ୍ଚଳରୁ ଗିରଫ କରିଛି।
LA

ସମ୍ବନ୍ଧିତ ଖବର