ଦେଓଘାଟି ମନରେଗା ଦୁର୍ନୀତି-୨: ସରକାରୀ କର୍ମଚାରୀ ନାଁରେ ହୋଇଛି ହଡ଼ପ !

କୋରାପୁଟ: କୋରାପୁଟ ବ୍ଲକ ଦେଓଘାଟି ପଞ୍ଚାୟତରେ ମାଡିଥିବା ମନରେଗା ଦୁର୍ନୀତି ପେଡି ଖୋଲିବାରେ ଲାଗିଛି। ପ୍ରଥମେ କମ୍‌ ଗାତ ଖୋଳି ଅଧିକ ଗାତ ଖୋଳାଯାଇଥିବା ଦର୍ଶାଯାଇ ଲୁଟାଯାଇଛି ଲକ୍ଷାଧିକ ଟଙ୍କା ନେଇ ସମ୍ବାଦରେ ଖବର ପ୍ରକାଶ ପାଇଥିଲା। ଏହାପରେ ବିଡିଓ ଓ ଜିଲ୍ଲା ପ୍ରଶାସନପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବାବେଳେ ସମ୍ବାଦ ହାତରେ ଲାଗିଛି ଆଉ ଏକ ଦସ୍ତାବିଜ୍‌। କିପରି ସରକାରୀ କର୍ମଚାରୀ ସରକାରୀ ଅର୍ଥକୁ ମନରୋଗା ମାଧ୍ୟମରେ ଉଠାଇଛନ୍ତି ତାହାର ତଥ୍ୟ ହସ୍ତଗତ ହୋଇଛି।

ମିଳିଥିବା ସୂଚନା ମୁତାବକ ଅଜିତ ବେନିଆଙ୍କ ଜମି ବିକାଶ ନାମରେ ମାଷ୍ଟର ରୋଲ ନମ୍ବର ୨୪୧୧୦୦୧୦୦୩/ଆଇଏଫ/୧୦୫୨୩୨୭୮୫ ଓ ଦେଓଘାଟିରେ ଗାତ ଖୋଳାଯିବା ମାଷ୍ଟରରୋଲ ନମ୍ବର ୨୪୧୧୦୦୧୦୦୩/ଡବ୍ଲୁସି/୧୦୪୨୯୯୩୨ ଅନୁସାରେ ପୁଲିସ ହୋମଗାର୍ଡ ସରୋଜ କୁମାର ନାଗଙ୍କ ଖାତାକୁ ୩୬ ଦିନର ଅର୍ଥ ଓ ତାଙ୍କ ପତ୍ନୀଙ୍କ ଢ଼ଖାତାକୁ ୩୬ ଦିନର ଟଙ୍କା ଯାଇଛି। ଏହି ଦୁଇ ଜଣଙ୍କର ମୋଟ ୭୨ ଦିନର ୧୫ହଜାର୪୮୦ଟଙ୍କା ପ୍ରଦାନ କରାଯାଇଛି। ତେବେ ସବୁଠୁ ବଡ କଥା ହେଲା ଏହିମାନେ ଦିନେ ବି କାମକୁ ଯାଇନାହାନ୍ତି। ସେମାନଙ୍କ ଜବକାର୍ଡକୁ ଠିକାଦାର ଓ ଜିଆରଏସ ରଖିଥିବାବେଳେ ଅର୍ଥ ପଡୁ ପଡୁ ଟଙ୍କା ଉଠାଣ ହୋଇ ହଡପ ହେଉଥିବା ଜଣାପଡିଛି। ପୁଲିସ ହୋମଗାର୍ଡ ରହିଥିବା ନିହାଲ ସୁନାଙ୍କ ଖାତରେ ୧୨ଦିନର ୨୫୮୦ଟଙ୍କା ଓ ପିଡବ୍ଲୁଡି ବିଭାଗରେ କାମ କରୁଥିବା ପ୍ରସନ୍ତ ଖୋସଲା ଓ ଏକ ଘ‌ୋଇ ସ୍କୁଲରେ କାମ କରୁଥିବା ତାଙ୍କ ସ୍ତ୍ରୀ ଅନିଦିତା ଖୋସଲା ଏହି ଦୁଇ କାମ ପାଇଁ ୭୨(୩୬+୩୬) ଦିନର କାମ କରିଛନ୍ତି। ଏହିବାଦଦକୁ ୧୫ହଜାର ୪୮୦ ଟଙ୍କା ସେମାନଙକ ଖାତାକୁ ଯାଇଥିବାବେଳେ ଏହାକୁ ଠିକାଦାର ଉଠାଉଇଥିବା‌ ଜଣାପଡିଛି। ତେବେ କିପରି ସମାନ ସମୟରେ ଏହିମାନେ ଏହିଠାରେ କାର୍ଯ୍ୟ କରି ଗାଁର ମନରୋଗାରେ କାମ କଲେ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି।

ଖାଲି ସେତିକି ନୁହେଁ କୋରାପୁଟ ଏସବିଆଇରେ କାମ କରୁଥିବା ଏଲିପମା ନାଗଙ୍କ ନାମରେ ଦେଓଘାଟିରେ ମାଷ୍ଟରରୋଲ ନମ୍ବର ୨୪୧୧୦୦୧୦୦୩/ଏଲଡି/୧୦୪୨୭୧୩୮ ଓ ମନୋରଞ୍ଜନ ବେନିଆଙ୍କ ଜମିର ଉନ୍ନତିକରଣ ପାଇଁ କାମ ମାଷ୍ଟରରୋଲ ନମ୍ବର(୨୪୧୧୦୦୧୦୦୩/ଆଇଏଫ/୧୦୫୨୨୨୨୯) କରିଛନ୍ତି। ଏହି ବାଦରେ ସେ ୭୭୪୦ ଟଙ୍କା ପାଇଛନ୍ତି। ତେବେ ସେ ଏସବିଆରେ କେତେବେଳେ କାମ କଲେ ଆଉ କେତେବେଳେ ସେ କାମ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଖାଲି ସେତିକି ନୁହେଁ ଏକ ଘରୋଇ ସଂସ୍ଥାରେ କାମ କରୁଥଇବା ଅମିତ କୁମାର ନାଗ ଓ ତାଙ୍କ ସ୍ତ୍ରୀ, ୱାର୍ଡ ମେମ୍ବର ମଞ୍ଜୁଳା ବାଘ ପରିନାମରେ କାମ କରାଯାଉ ହଡପ ହୋଇଛି ଲକ୍ଷାଧିକ ଟଙ୍କା। କିନ୍ତୁ ଏହାକୁ ଘ‌ୋଡାଉଛନ୍ତି ଖୋଦ ବିଡିଓ। ଖବର ପ୍ରକାଶ ପାଇବା ପରେ ଘଟଣା ସ୍ତଳକୁ ଯାଇ ସମୀକ୍ଷା କରିଥିଲେ। କିନ୍ତୁ କ୍ଷେତ୍ର ବୁଲିବା ବଳଦରେ କିଛି ଲୋକଙ୍କ ସହ କଥା ହୋଇ ଫେରିଆସିଛନ୍ତି। ସ୍ଥାନୀୟ ଜିଆର ଏସ ଓ ଠିକାଦାର ଦୁର୍ନତି କରିଥିଲେ ବି ସେମାନଙ୍କ ବିରୋଧ କାର୍ଯ୍ୟୁଷ୍ଠାନ ବଦଳରେ ଘୋଡାଇ କ୍ଲିନଚିଟ ଦେଉଛନ୍ତି। ତଥ୍ୟ ପ୍ରାମଣ ସବୁ ସେମାନଙ୍କ ବିରୋଧରେ ରହିଥିଲେବ ଏହାକୁ ଆଡ ଆଖିରେ ନ ଦେଖି କ୍ନିନ ଚିଟ ଦେଉଥିବା ଦେଖିବାକେୁ ମିଳିଛି।

ଅନ୍ୟପକ୍ଷରେ ଯେକୌଣସି କାର୍ଯ୍ୟ ଶେଷ ହେବା ପରେ ଏହାକୁ ତନକ୍ଷୀ କରିବାର ଦାୟିତ୍ବ ଏକ ଯନ୍ତ୍ରୀର ହୋଇଥାଏ। ତେବେ କିପରି ବ୍ଲକରେ କାର୍ଯ୍ୟରତ ରହିଥିବା କନିଷ୍ଟ ଯନ୍ତ୍ରୀ ଏହାକୁ ନ ଦେଖି ଟଙ୍କା ପ୍ରଦାନ କରାଗଲା ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର