ଦେଓମାଳି ବିବାଦ: ଭୂବନ୍ଦୋବସ୍ତ ସମୟରେ ନାହିଁ ଖାତାଖାତିୟାନ୍

କୋରାପୁଟ: ଦେଓମାଳିକୁ ନେଇ ପଡୁଛି ସମଗ୍ର ରାଜ୍ୟ। ଏପଟେ କିପରି ବାଦ ପଡିଲା ରାଜସ୍ବ ବିଭାଗର ଖାତାଖାତିୟନରୁ ତାକୁ ନେଇ ବିଧାନସଭାରୁ କୋରାପୁଟ ଯାଏ ତୁମ୍ଭିତୁଫାନ। ପ୍ରକୃତ ସତ୍ୟ ଯେ ଦେଓମାଳି ପାହାଡ ନାଁ ଅଛି ରାଜସ୍ବ ବିଭାଗର ଖାତାରେ ନା ଅଛି ଜଙ୍ଗଲ ବିଭାଗର ଖତିୟାନରେ। ସତ୍ୟ ଉନ୍ମୋଚନ ପାଇଁ ସମସ୍ତେ ତତ୍ପର ରହିଥିବାବେଳେ ପ୍ରକୃତସତ୍ୟ କିନ୍ତୁ ବାଦ ପଡଛି ୧୯୫୬ ମସିହାରୁ। ଭୂବନ୍ଦୋବସ୍ତ ସମୟରେ ଏକ ସ୍ବତନ୍ତ୍ର ଦଳ କୋରାପୁଟ ଜିଲ୍ଲା ସାରା ଜମି ସର୍ଭେ କଲାବେଳେ ପଟାଙ୍ଗୀ ଅଞ୍ଚଳର ମଧ୍ୟ ସର୍ଭେ କରାଯାଇଥିଲା। ତେବେ ଦେଓମାଳି ପାହାଡ ନିକଟରେ ରହିଥିବା ମାତଲାମ୍ବା, ଥୁରିଆ, ନୁଆଗାଁ, କୋଡିଆମ୍ବ ଏପରି ଅନେକ ଗାଁ ଭୂବେନ୍ଦାବସ୍ତ ସମୟରେ କରାଯାଇଥିଲା ସର୍ଭେ। ଏବଂ ଉପରୋକ୍ତ ଗାଁଗୁଡିକର ତହସିଲ, ମୌଜା, ଖାତା ନମ୍ବର, ପ୍ଲଟ ନମ୍ବର, ପରିମାଣ ପ୍ରଭୃତି ତହସିଲ ପଟାଙ୍ଗୀରେ ଉହ୍ଲେଖ ରହିଥିବାବେଳେ ଭୂଖେଲ ମଧ୍ୟରେ କିଛି କିଛି ରହିଛି। ହେଲେ ଯେହେତୁ ରାଜସ୍ବ ବିଭାଗର ନିୟମ ଅନୁସାରେ କେବଳ ଜନବସତି ଗଡିଉଠିଥିବା ଚୋଟବଡ ସବୁ ଗାଁ ରାଜସ୍ବ ଗ୍ରମା ବା ରେଭେନ୍ୟୁ ମ୍ୟାପରେ ଉହ୍ଲେଖ ରହିଛି।

ପୁଣି ଦେଓମାଳି କେବଳ ଏକ ବିସ୍ତିର୍ଣ୍ଣ ଖୋଲା ପାହାଡ ଯୋଗୁଁ ଜନବସତି ନ ଥିବା କାରଣରୁ ମ୍ୟାପରୁ ଓ ଖାତାଖତିୟନରୁ ସେ ସମୟରୁ ହିଁ ବାଦ ପଡିଛି। ତେବେ ଜଙ୍ଗଲ ବିଭାଗ ଅଣସଂରକ୍ଷିତ ହେଉ ବା ସଂରକ୍ଷିତ ହେଉ ଜଙ୍ଗଲ ମ୍ୟାପରେ ବି ଦେଓମାଳି ନ ଥିବା ସୂଚନା ରହିଛି। ଅନ୍ୟପଟେ ଭୂତତ୍ବ ବିଭାଗ ବି ରତ୍ନଗର୍ଭା ଦେଓମାଳିକୁ ଖଣି ମ୍ୟାପରେ ରଖିନାହିଁ। ଦେଓମାଳିରରେ ପର୍ଯ୍ୟଟନ ବିଭାଗ ଜଙ୍ଗଲ ବିଭାଗ, ରାଜସ୍ବ ବିଭାଗ ଓ ବ୍ଲକ କତ୍ତୃପକ୍ଷ ରାସ୍ତାଘାଟ, ଭିୟୁ ଟାୱାର, ପିଇବା ପାଣି, ଭିୟୁ ପଏଣ୍ଟ କରି ଆସିଛନ୍ତି। ଏବଂ ଓଡ଼ିଶାର ସରକାରଙ୍କ ବହୁ ପଦସ୍ଥ ସରକାରୀ କର୍ମଚାରୀଙ୍କ ସହ ରାଜନେତା ବି ସେଠାରେ ଦେଓମାଳିକୁ ଦେଖି ବିଭୋର ହୋଇଛନ୍ତି। ୧୯୫୬ ମସିହାରୁ ବାଦ ପଡିଥିବା ଦେଓମାଳି ପାହାଡ ୨୦୨୨ ମସିହାରେ ସରକାର ଖାତାରେ ନ ଥିବା ଦୃଷ୍ଟି ଆକର୍ଷଣ ଓ ବିବାଦକୁ ନେଇ କାହାର ଯେ ଭୁଲ ରହିଲା ତାକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର