ଦେଓମାଳି-କୋଟିଆ ରାସ୍ତା କାମକୁ ନେଇ ବିବାଦ: ସରକାରୀ କର୍ମଚାରୀଙ୍କୁ ମାଡ, ଥାନାରେ ମାମଲା

କୋରାପୁଟ: କୋଟିଆକୁ ନେଇ ବିବାଦ ଥମିବା ନାଁ ନେଉ ନ ଥିବାବେଳେ ଦେଓମାଳି-କୋଟିଆ ରାସ୍ତା କାମକୁ ନେଇ ବିବାଦ ଦେଖାଦେଇଛି। ଘଟଣା ଏପରି ହୋଇଛି ଯେ ଥାନାରେ ଯାଇଁ ମାମଲା ଗଡିଲାଣି। ଠିକାଦାରଙ୍କୁ ୫ ପ୍ରତିଶତ ପିସି ମାଗୁଥିଲେ ବିଭାଗୀୟ ଅଧିକାରୀ। ଆଗେ ପଇସା, ପରେ ବିଲ୍‌ କରିବାକୁ ଚାହୁଁଥିଲେ। ପରବର୍ତ୍ତୀ ସମୟରେ ଏହା ନ ହେବାରୁ ହାତାହାତି ହୋଇଥିଲା। କୋରାପୁଟ ପିଡ୍ଲ୍ୟୁଡି ବିଭାଗରେ କାର୍ଯ୍ୟ କରୁଥିବା ଏଷ୍ଟିମେଟର କମ୍‌ ଆକାଉଣ୍ଟାଟଙ୍କୁ ମାଡ ମରାଯାଇଥିବାନେଇ କୋରାପୁଟ ଟାଉନଥାନାରେ ମାମଲା ରୁଜୁ ହୋଇଛି। ଏନେଇ ସେମିଳିଗୁଡାର ଠିକାଦାର ବଚ୍ଚନ ପା‌ଣ୍ଡେଙ୍କ ନାମରେ ଅଭିଯୋଗ କରିଛନ୍ତି ଏଷ୍ଟିମେଟର କମ୍‌ ଆକାଉଣ୍ଟାଟ ଉପେନ୍ଦ୍ର କୁମାର। ଏନେଇ ଟାଉନ ପୁଲସ ୭୩/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତାବକ ଦେଓମାଳି ଛକରୁ କୋଟିଆ ଛକ ଯାଏ ପ୍ରାୟ ୧୦ କୋଟି ଟଙ୍କା ବିନିମୟରେ ରାସ୍ତା ତିଆରି ହୋଇଥିଲା। ଏହାକୁ ସେମିଳିଗୁଡାର ଠିକାଦାର ବଚ୍ଚନ ପାଣ୍ଡେ ନେଇ ଠିକ ସମୟରେ କାର୍ଯ୍ୟ ଶେଷ କରିଥିଲେ। କିନ୍ତୁ ବହୁ ବାର ଅନୁରୋଧ କରିବା ପରେ ମଧ୍ୟ ଉକ୍ତ କାର୍ଯ୍ୟର ବିଲ୍ ହେଉ ନ ଥିଲା। ୧୦ ତାରିଖ ଦିନ ବଚ୍ଚନ ଏନେଇ କୋରାପୁଟ ପିଡବ୍ଲ୍ୟୁଡି କାର୍ଯ୍ୟଳୟକୁ ଯାଇଥିଲେ। ବିଲ୍ କରାଇବାକୁ ଦେବାକୁ ଉକ୍ତ କର୍ମଚାରୀଙ୍କୁ କହିଥିଲେ। ଏହାପରେ ଉକ୍ତ କର୍ମଚାଚୀଜଣକ ମୂଲ ବିଲର ୫ ପ୍ରତିଶତ ପିସି ଦେବାକୁ କହିଥିଲେ ମଧ୍ୟ ବିଲ୍ କରାଉ ନ ଥିଲେ। ଏନେଇ ସମ୍ପୃକ୍ତ ଠିକାଦାରଙ୍କ ସହ କାର୍ଯ୍ୟଳୟ ପରିସରରେ ବଚସା ହୋଇଥିଲେ। ଏଥିରେ ହାତାହାତି ଯାଏ କଥା ଯାଇଥିଲା। ପରେ କର୍ମଚାରୀ ଜଣକ ଏନେଇ ୧୧ ତାରିଖ ଦିନ ଥାନାରେ ଅଭିଯୋଗ ‌ଦେଇଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର