ଜମାଟଙ୍କା ଫେରିପାଇବା ଲାଗି ଜମାକାରୀ ଘେରିଲେ ବ୍ୟାଙ୍କ

୪ ମାସ ବିତିଲା, ସୋସାଇଟି ସମ୍ପାଦକ ହତ୍ୟା ଉପରୁ ପରଦା ହଟୁନି

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଲୋଚାପଡ଼ା ସମବାୟ ସମିତି ବ୍ୟାଙ୍କ୍‌ ଶାଖା (ଡିପୋଜିଟ୍ କାଉଣ୍ଟର୍) ସଂପାଦକଙ୍କ ବ୍ୟାଙ୍କ ପରିସରରୁ ଅର୍ଦ୍ଧଦଗ୍ଧ ଶବଉଦ୍ଧାର ଏବଂ  ହତ୍ୟା ଘଟଣାର ଏ ଯାଏଁ ପର୍ଦ୍ଦାଫାସ ହୋଇପାରିନାହିଁ। ବ୍ୟାଙ୍କ ସମ୍ପାଦକ ଜଗନ୍ନାଥଙ୍କ ମୃତ୍ୟୁ ଅଦ୍ୟାବଧି ରହସ୍ୟାବୃତ୍ତ ହୋଇ ରହିଛି। ଅନ୍ୟପକ୍ଷରେ ବ୍ୟାଙ୍କର କାଗଜପତ୍ର ପୋଡ଼ି ଯାଇଥିବାରୁ ଏ ଯାବତ୍‌ ଜମାକାରୀମାନେ ଜମା ଅର୍ଥ ପାଇ ପାରୁନାହାନ୍ତି। ଜମା ଅର୍ଥ ଦାବି କରି  ଆଜି ଅପରାହ୍‌ଣରେ ଶତାଧିକ ଜମାକାରୀ ଲୋଚାପଡ଼ା ସମବାୟ ସମିତି ବ୍ୟାଙ୍କ ଶାଖା ଘେରାଉ କରିଥିଲେ। ଜୁନ ୨୦ତାରିଖ ସୁଦ୍ଧା ଜମା ଅର୍ଥ ଦିଆଯିବ ବୋଲି ସମବାୟ ବିଭାଗ ପକ୍ଷରୁ ପ୍ରତିଶ୍ରୂତି ମିଳିବା ପରେ ଆନ୍ଦୋଳନରୁ ଓହରିଥିଲେ।
ଗତ ଜାନୁଆରୀ ୧୬ତାରିଖରେ ବ୍ୟାଙ୍କରୁ ଜଗନ୍ନାଥଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର ହୋଇଥିଲା। ଏଥିସହ ବ୍ୟାଙ୍କର କାଗଜପତ୍ର ଜଳି ଯାଇଥିଲା।ଏହି ଘଟଣାରେ ସଦର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରଜୁ କରି ତଦନ୍ତ ଆରମ୍ଭ କରିଥିଲା। ମୃତକଙ୍କ ପରିବାରର ଅଭିଯୋଗ ପରେ ପୁଲିସ  ହତ୍ୟା ମକଦ୍ଦମା ରୁଜୁ କରି ତଦନ୍ତ ଜାରି ରଖିଛି। ଘଟଣାକୁ  ଇତିମଧ୍ୟରେ ୪ମାସ ବିତିଥିଲେ ହେଁ  ପୁଲିସ ଏହି ଘଟଣାର ପର୍ଦ୍ଦାଫାସ କରି ପାରିନାହିଁ। ଅନ୍ୟପକ୍ଷରେ କାଗଜପତ୍ର ପୋଡ଼ି ଯାଇଥିବା ଜମାକାରୀମାନେ ସେମାନଙ୍କ ଜମା ଅର୍ଥ ପାଇପାରୁନାହାନ୍ତି। ଏ ସମ୍ପର୍କରେ ବ୍ରହ୍ମପୁର ସର୍କିଲ ସହକାରୀ ସମବାୟ ସମିତି ସମୁହର ନିବନ୍ଧକ(ଏଆରସିଏସ୍‌) ଶିବ ପ୍ରସାଦ ସ୍ବାଇଁ କହିଛନ୍ତି ଯେ, ଏକ କମିଟି ଗଠନ କରି ଜମାକାରୀଙ୍କ ଅଭିଯୋଗ ଶୁଣାଣି ଶେଷ ହୋଇଛି। ପୋଡ଼ି ଯାଇଥିବା ରେକର୍ଡ ଗୁଡ଼ିକ ପ୍ରସ୍ତୁତି ଚାଲିଛି। ଏଥିସହ ବ୍ୟାଙ୍କର ଅଡ଼ିଟ୍‌ ଚାଲିଛି। ଆସନ୍ତା
ସମ୍ବନ୍ଧିତ ଖବର