ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୋରଡା ନିର୍ବାଚନ ମଣ୍ଡଳୀର ସୋରଡା ରେଣ୍ଟ ଗାଁର ବୁଥ୍ ନମ୍ବର-୧୮୨ରେ ଭାଜପା ପ୍ରାର୍ଥୀ ଇଭିଏମ୍ କୋଣ୍ଟ୍ରାଲ ୟୁନିଟ୍ ମେସିନ୍ ଭଙ୍ଗାରୁଜା କରିଥିବା ଗୁରୁବାର ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି।
ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମତ୍ର କୁଲାଙ୍ଗିଙ୍କ କହିବାନୁସାରେ, ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀ ସୋରଡା ଅନ୍ତର୍ଗତ ରେଣ୍ଟ ଗାଁର ବୁଥ୍ ନମ୍ବର-୧୮୨ରେ ଜୋରଜବରଦସ୍ତ ପ୍ରବେଶ କରି ଇଭିଏମ୍ କଣ୍ଟ୍ରୋଲ ୟୁନିଟ୍ ଭଙ୍ଗାରୁଜା କରିଥିଲେ। ଏ ନେଇ ତାଙ୍କ ନାମରେ ଥାନାରେ ଏତଲା ଦିଆଯିବା ସହିତ ରାଜ୍ୟ ନିର୍ବାଚନ କମିସନ୍ଙ୍କୁ ମଧ୍ୟ ଅବଗତ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଅନ୍ୟପଟେ ଗଞ୍ଜାମ ଜିଲ୍ଲା ସୋରଡା ଥାନା ଲାଠିପଡ଼ା ପଞ୍ଚାୟତ କଦଳୀଝୋଳା ଗ୍ରାମରେ ରାଜନୈତିକ ହିଂସା ହେତୁ ଜଣେ ବିଜେପି ନେତାଙ୍କ ଘରେ ପଶି ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୁଲିସ ଅଭିଯୁକ୍ତ କୁମାର ନାୟକକୁ ଗିରଫ କରିଛି। କୁମାର ଜଣେ ବିଜେଡି ନେତା ବୋଲି ବିଜେପି ପକ୍ଷରୁ କୁହାଯାଇଛି।