ମାଲକାନଗିରି : ମାଲକାନଗିରି ଗସ୍ତରେ ଆଜି ପୁଲିସ ଡିଜି ଅଭୟ ପହଞ୍ଚି ଗତକାଲି ତୁଳସୀ ପାହାଡରେ ଘଟିଥିବା ଏନକାଉଣ୍ଟର ସଂପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଏଥିସହ ଏହି ଗୁଳିବିନିମୟରେ ଅଂଶଗ୍ରହଣ କରିଥିବା ଏସଓଜି ଏବଂ ଡିଭିଏଫ ଯବାନଙ୍କୁ ଉତ୍ସାହିତ କରିଥିଲେ । ପରେ ବିଏସଏଫ ଅଧିକାରୀଙ୍କ ସହ ରୁଦ୍ଧଦ୍ବାର ବୈଠକରେ ମାଓ ଦମନ ନେଇ ପୁଣି ରଣନୀତି ପ୍ରସ୍ତୁତ କରିଥିଲେ।
ଡିଜିପି ଅଭୟ ପ୍ରକାଶ କରିଥିଲେ ଯେ ତୁଳସୀ ପାହାଡରେ ମାଓବାଦୀ କ୍ୟାମ୍ପ କରି ରହିଥିବା ନେଇ ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା। ତୁରନ୍ତ ଏସପି ପ୍ରହ୍ଲାଦ ସହାୟ ମୀନାଙ୍କ ନେତୃତ୍ବରେ ତୁଲସୀ ପାହାଡରେ ଡିଭିଏଫ ଏବଂ ଏସଓଜି ଯବାନ ସହ ଚଢାଉ କରିଥିଲେ। ଗତକାଲି ଭୋର ସକାଳୁ କ୍ୟାମ୍ପ ନିକଟକରେ ପୁଲିସ ପହଞ୍ଚିବା ପରେ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲା।ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲା । ଏହି ଗୁଳିବିନିମୟରେ ୩ ଜଣ ନକ୍ସଲ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ମହିଳା ମାଓବାଦୀ ରହିଛି । ମୃତ ନକ୍ସଲଙ୍କୁ ଚିହ୍ନଟ କରାଯାଇଛି।ଏଓବି ଗୁମ୍ମା ଏରିଆର ସଂପାଦକ ଅନୀଲ ଅରଫ କିଶୋର ଅରଫ ମକ୍କା ସୋଡି,ଏରିଆ କମିଟି ମେମ୍ବର ସୋନୀ ଏବଂ ପେଦାଵାଇଲୁ ଏରିଆ କମିଟି ମେମ୍ବର ଚିନ୍ନା ରାଓ। ତେବେ ଅନୀଲ ନାମରେ ସରକାର ୫ ଲକ୍ଷ ଟଂକା ପୁରସ୍କାର ରାଶି ଘୋଷଣା କରିଥିବା ବେଳେ ମହିଳା ମାଓବାଦୀ ସୋନୀ ନାମରେ ୪ ଲକ୍ଷ ଏବଂ ଚିନ୍ନା ରାଓ ନାମରେ ୧ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ଏଥିସହ ଜଂଗଲରେ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଗୋଟିଏ ଇନସାସ ରାଇଫଲ,ଗୋଟିଏ ଏସଏଲଆର ବନ୍ଧୁକ ସହ ମେଗାଜିନ,ବୋମା,ଔଷଧ,ପୋଷାକ,ବିପୁଳ ପରିମାଣର ମାୋ ସାମଗ୍ରୀ ଜବତ କରାଯାଇଛି ।
ଡିଜିପି ଅଭୟ ସ୍ବାଭିମାନ ଅଂଚଳରେ କିପରି ବିକାଶ କାର୍ଯ୍ୟ ତ୍ବାରାନ୍ବିତ କରାଯାଉଛି ସେନେଇ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।ଜିଲ୍ଲାରେ ଏବେ ବିକାଶ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ଏଥିରେ ବାଧା ନଦେଇ ମାଓବାଦୀଙ୍କୁ ଆତ୍ମସମର୍ପଣ କରି ନିଜର ଦାବିକୁ ସରକାରଙ୍କ ନିକଟରେ ଉପସ୍ଥାପନା କରିବାପାଇଁ ଅନୁରୋଧ କରିଥିଲେ।ହିଂସା କରି କେବେ ମଧ୍ୟ ନିଜରର ଦାବିକୁ ପୂରଣ କରାଯାଇପାରିବ ନାହିଁ ବୋଲି କହିଥିଲେ।ଗଣତାନ୍ତ୍ରିକ ପଦ୍ଧତିରେ ନିଜର ଦାବିକୁ ଉପସ୍ଥାପନା କରାଯାଉ। ଜିଲ୍ଲାରେ ଗତ ଦୁଇ ବର୍ଷ ହେଲା ମାଓବାଦୀଙ୍କ ହିଂସା କମିଛି । ସରକାର ମାଲକାନଗିରି ପାଇଁ ସ୍ବତନ୍ତ୍ର ଫୋକସ କରୁଥିବା ବେଳେ ହିଂସା କରି ଏହି ଉନ୍ନତି ମୂଳକ କାର୍ଯ୍ୟରେ ବାଧା କରନ୍ତୁ ନାହିଁ ବୋଲି ଅନୁରୋଧ କରିଥିଲେ।ଡିଜିପିଙ୍କ ସହ ଏହି ଗସ୍ତରେ ଗୁଇନ୍ଦା ନିର୍ଦେଶକ ଲଳିତ ଦାସ,ଗୁଇନ୍ଦା ବିଭାଗର ଆଜି ଅମିତାଭ ଠାକୁର,ଗୁଇନ୍ଦା ଡିଆଇଜି ଅନିରୁଦ୍ଧ ସିଂ,ଦିକ୍ଷିଣାପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ,ଏସପି ପ୍ରହ୍ଲାଦ ସହାୟ ମୀନା ପ୍ରମୁଖ ଉପସ୍ଥିତ ଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/Mkg-DGP-Abhaya-and-mao-deadbody-5.jpg)