ଲୋକସଭା ଓ ବିଧାନସଭା ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବା ନେଇ ପୁଲିସ ଡିଜିଙ୍କ ସମୀକ୍ଷା ବୈଠକ

ସମ୍ବଲପୁର: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବା ନେଇ ସମ୍ବଲପୁରରେ ଗୁରୁବାର ପୁଲିସ ଡିଜି ସମୀକ୍ଷା ବୈଠକ କରିଛନ୍ତି। ଉତ୍ତରାଞ୍ଚଳ ରାଜସ୍ୱ ଡିଭିନଜର ମୁଖ୍ୟ କାର୍ଯ୍ୟାଳୟରେ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବା ନେଇ ଆଲୋଚନା ହୋଇଥିଲା।

ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଏବଂ ବରଗଡ଼ ଜିଲ୍ଲାରେ ମାଓ ଗତିବିଧି ବଢ଼ି ଥିବାରୁ ଏହାକୁ ନିୟନ୍ତ୍ରଣ ଓ ଚ୍ୟାଲେଞ୍ଜ କରିବା ନେଇ ଆଲୋଚନା ହୋଇଥିଲା। ସେହିପରି ବୈଠକରେ ହୋଇଥିବା ଆଲୋଚନା ଅନୁସାରେ ମାଓ ପ୍ରବଣ ଅଂଚଳରେ ସିଆରପିଏଫ ଯବାନଙ୍କୁ ଅଧିକ ମୁତୟନ କରାଯିବ।

ନିର୍ବାଚନ ସମୟରେ ଯେପରି ମାଦକ ଦ୍ରବ୍ୟ, ହିଂସା, ମାଓ ଉପଦ୍ରବ ନ ବଢ଼େ, ସେଥି ପ୍ରତି ନଜର ରଖିବାକୁ ପୁଲିସ ଡିଜି ଡ. ରାଜେନ୍ଦ୍ର ଶର୍ମା ପରାମାର୍ଶ ଦେଇଥିଲେ। ନିର୍ବାଚନ ସମୟରେ ବେଆଇନ ଅର୍ଥ କାରବାର ହେବାର ଆଶଙ୍କା ଥିବାରୁ ଏଥି ପ୍ରତି ପୁଲିସ ସତର୍କ ରିହବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ ପଶ୍ଚିମ ଓଡ଼ିଶାର ବିଭିନ୍ନ ଲୋକସଭା ଏବଂ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏପ୍ରିଲ ୧୮ ଓ ୨୩ରେ ମତଦାନ ହେବ।

ସମୀକ୍ଷା ବୈଠକରେ ବରିଷ୍ଠ ପୁଲିସ ଅଧିକାରୀ ଏସଡିଜି ସୁନିଲ କୁମାର ରାୟ, ଏଡିଜି ଆର.ପି କୋଚେ, ଏଡିଜି ଘନଶ୍ୟାମ ଉପାଧ୍ୟାୟ, ଏଡିଜି ସଂଜୀବ ପଣ୍ଡା, ଜିଡି ଆର. ସିଆଲ, ସିଆରପିଏଫ ଆଇଜି ବିତୁଲ କୁମାର, ସିଆରପିଏଫର ମୌଲି ମୋହନ କୁମାର, ଜିଡି ଉପେନ୍ଦ୍ର ପ୍ରଧାନ, ଜିଡି ଡିପି. ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର