ଛାତ୍ର ସଂସଦ ନିର୍ବାଚନକୁ ନେଇ ଭଦ୍ରକ ଧାମନଗର କଲେଜରେ ଉତ୍ତେଜନା, ସାଇନ-ଏ-ଡାଏ ଘୋଷଣା

ଭଦ୍ରକ: ଅକ୍ଟୋବର ୧୧ରେ କଲେଜ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ବିଭିନ୍ନ କଲେଜରେ ଛାତ୍ର ଅଶାନ୍ତି ଦେଖା ଦେଇଛି। ସୋମବାର ଏହାକୁ କେନ୍ଦ୍ର କରି ଭଦ୍ରକ ଧାମନଗର କଲେଜରେ ଛାତ୍ର ଅଶାନ୍ତି ଦେଖା ଦେଇଥିଲା, ଯାହାକୁ ନେଇ କଲେଜ ଅଧ୍ୟକ୍ଷ ସାଇନ-ଏ-ଡାଏ ଘୋଷଣା କରିଛନ୍ତି।

ଅନ୍ୟପଟେ ଅକ୍ଟୋବର ୧୧ରେ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ ବାଲେଶ୍ୱର ଜିଲ୍ଲା ନୀଳଗିରି ମହାବିଦ୍ୟାଳୟରେ ଆଜି ଅପରାହ୍ନରେ କ୍ଲାସ୍‌ ଚାଲିଥିବା ବେଳେ ଗୋଟିଏ ପରେ ଗୋଟିଏ ତିନିଟି ବୋମା ଫୁଟିଥିଲା। ଏହି ବୋମା ବିସ୍ଫୋରଣରେ କାହରି କିଛି କ୍ଷତି ହୋଇ ନ ଥିବା ସୂଚନା ମିଳିଛି। ବୋମା ଫୁଟିବା ପରେ କ୍ୟାମ୍ପସ ପରିସରରେ ଭୟର ବାତାବରଣ ଖେଳି ଯାଇଥିଲା। ପିଲାମାନେ ଦୌଡ଼ାଦୌଡ଼ି ହୋଇ କ୍ଲାସ୍‌ ଛାଡ଼ି ପଳାଇ ଯାଇଥିଲେ। ଏହାକୁ ନେଇ କଲେଜରେ ସାଇନ୍‌-ଏ- ଡାଏ ଘୋଷଣା କରିଲେ କଲେଜ ଅଧ୍ୟକ୍ଷ। ନିର୍ବାଚନରେ ହାରିଯିବା ଭୟରେ କିଛି ଛାତ୍ରମାନେ ଏପରି କାମ କରିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର