ଧାମନଗର: ଭଦ୍ରକ ଜିଲ୍ଲାର ଧାମନଗର ଏନଏସିରେ ମୋଟ ୧୧ଟି ୱାର୍ଡ଼ରୁ ୯ଟି ୱାର୍ଡ଼ରେ ବିଜେଡ଼ି କାଉନସିଲର ବିଜୟୀ ହୋଇଥିବାବେଳେ ୨ଟି ୱାର୍ଡରେ ବିଜେପି କାଉନସିଲର ବିଜୟୀ ହୋଇଛନ୍ତି । ସେହିପରି ଏନଏସି ଅଧ୍ୟକ୍ଷା ଭାବେ ବିଜେଡ଼ିର ପ୍ରାର୍ଥୀ ନିବେଦିତା ଜେନା ୬୦୨୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ ବିଜେପି ପ୍ରାର୍ଥୀ ପୁଷ୍ପାଶ୍ରୀ ସାମଲ ୪୯୧୪ ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି ।

Advertisment

publive-image

ସୂଚନା ଥାଉ କି ମାର୍ଚ୍ଚ ୨୪ତାରିଖ ଦିନ ଧାମନଗରରେ ଏନ୍ଏସିର ୧୧ଟି ୱାର୍ଡ଼ରେ କାଉନସିଲର ଓ ଅଧ୍ୟକ୍ଷ ପାଇଁ ନିର୍ବାଚନ ଚାଲିଥିବା ବେଳେ ୯ନମ୍ବର ୱାର୍ଡ଼ର ୧୬ନମ୍ବର ବୁଥ୍‌ରେ ୨ଭୋଟରଙ୍କ ମଧ୍ୟରେ ବଚସା ଓ ପରେ ଭୁଜାଲି ମାଡ଼ରେ ଜଣେ ଗୁରୁତର ଆହତ ହେବାରୁ ଉତ୍ୟକ୍ତ ଲୋକମାନେ କେତେକ ବୁଥ୍‌ରେ ପଶି ଭାଙ୍ଗିରୁଜି ଦେଇଥିଲେ।

ଫଳରେ ନିର୍ବାଚନ ଅଧିକାରୀ ୬ଟି ବୁଥ୍‌ରେ ମତଦାନକୁ ବାତିଲ କରିଥିଲେ। ଗତକାଲି ଏହି ୬ଟି ବୁଥ୍‌ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଗତକାଲି ଏହି ବୁଥ୍‌ମାନଙ୍କରେ ୫୯୭୯ଜଣ ଭୋଟରଙ୍କ ମଧ୍ୟରୁ ୪୪୦୭ ଭୋଟର ସେମାନଙ୍କର ମତଦାନ କରିଥିଲେ। ଆଜି ଭୋଟ ଗଣତି ପରେ ଫଳାଫଳ ଘୋଷଣା କରାଯାଇଛି |