ରାଇରଙ୍ଗପୁର: ମୟୂରଭଂଜ ଜଲ୍ଲା ରାଇରଙ୍ଗପୁର ବ୍ଲକର ରାଇରଙ୍ଗପୁର ଲ୍ୟାମ୍ପ୍ସରେ ଧାନ ମଣ୍ଡି ଖୋଲିଲା। ରାଇରଙ୍ଗପୁର ଲ୍ୟାମ୍ପ୍ସରେ ମୁଖ୍ୟଅତିଥି ଭାବେ ରାଇରଙ୍ଗପୁର ଏଆରସିସି ରାମଚନ୍ଦ୍ର ବିଶ୍ୱାଳ ଯୋଗଦେଇ ଫିତାକାଟି ଉଦଘାଟନ କରିଥିଲେ। ସମ୍ମାନିତ ଭାବେ ଆରଏମସି ସଦସ୍ୟ ଦିନେଶ ବେହେରା, ସମ୍ପାଦକ ମନୋରଂଜନ ବେହେରା ପ୍ରମୁଖ ଯୋଗଦେଇଥିଲେ।

Advertisment

ରାଇରଙ୍ଗପୁର ଲ୍ୟାମ୍ପର ସମିତିର ପରିଚାଳନା ନିର୍ଦ୍ଦେଶିକା ଲୋପାମୁଦ୍ରା ମହାନ୍ତଙ୍କ ତତ୍ୱାବଧାନରେ ଧାନ ସଂଗ୍ରହ କରାଯାଉଛି। ଏଥିରେ ଲ୍ୟାମ୍ପ୍ସର କର୍ମଚାରୀ ଆଶୁତୋଷ ମହାନ୍ତ, କୃଷ୍ଣ ମହାନ୍ତ, ସଂଜିତ ବାରିକ୍, ଇନ୍ଦ୍ରଜିତ୍ ବାରିକ୍, ରୁପାଲି ମହାନ୍ତ, ବିଶ୍ୱକଳ୍ପିତା ମହାନ୍ତ ପ୍ରମୁଖ ପରିଚାଳନା କରିବାରେ ସହଯୋଗ କରିଥିଲେ। ଏଫ୍ଏକୁ୍ୟ ମାନର ଧାନ ପ୍ରତି କୁଇନ୍ଟାଲ ୨୧୮୩ ଟଙ୍କା ଦିଆଯାଉଛି। ତେବେ ଉକ୍ତ ଲ୍ୟାମ୍ପ୍ସରେ ମୋଟ୍ ୮୭୬ ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଂଜିକୃତ କରିଛନ୍ତି। ଏହି ଲ୍ୟାମ୍ପ୍ସରେ ଆସନ୍ତା ମାର୍ଚ୍ଚ ୩୧ ପ୍ରର୍ଯ୍ୟନ୍ତ ଧାନକ୍ରୟ କରାଯିବ ବୋଲି ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ ମହାନ୍ତ ଜଣାଇଛନ୍ତି।