ମାଲକାନଗିରି: ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ଅବସ୍ଥାପିତ ହୋଇଥିବା ବିଏସଏଫ ନକ୍ସଲଙ୍କୁ ଦମନ ନେଇ କାମ କରୁଛି। ତେବେ ଏହି ଦୁଇ ଜିଲ୍ଲାରେ ନକ୍ସଲ ଅପରେସନ ପାଇଁ ନୂତନ ଆଇଜି ଭାବେ ଧନେଶ୍ବର କୁମାର ଶର୍ମା ଦାୟୀତ୍ବ ନେଇଛନ୍ତି। ଶତିସ ଚନ୍ଦ୍ର ବୁଟକୋଟି ସ୍ବତନ୍ତ୍ର ଅପରେସନ ଆଇଜି ଦାୟୀତ୍ବରେ ରହିଥିଲେ। ପ୍ରକାଶ ଥାଉକି, ଗତ ୨୦୧୦ ମସିହା ଠାରୁ ମାଲକାନଗିରି ଏବଂ କୋରାପୁଟ ନକ୍ସଲ ପ୍ରବଣ ଜିଲ୍ଲାରେ ବିଏସଏଫ ବାଟଲିୟନକୁ ଅବସ୍ଥାପିତ କରାଯାଇଥିଲା। ସିତିଶ ଚନ୍ଦ୍ର ବୁଡକୋଟି ସହି ଦିନ ଠାରୁ ଦୁଇ ଜିଲ୍ଲାରେ ନକ୍ସଲ ଅପରେସନକୁ କିପରି ସୁରୁଖୁରୁରେ ଚଳାଇବା ଏବଂ ନକ୍ସଲ ଦମନ ନେଇ ବ୍ଲୁପ୍ରିଣ୍ଟ ତିଆରି କରିବା ଭଳି କାର୍ଯ୍ୟ କରି ବେଶ ପ୍ରଶଂସିତ ହୋଇଥିଲେ। ତେବେ ଆଇଜି ଶ୍ରୀ ବୁଡକୋଟିଙ୍କ ସମୟରେ ମାଲକାନଗିରି ଜିଲ୍ଲାର ସବୁଠାରୁ ଅଧିକା ନକ୍ସଲ ପ୍ରବଣ ଅଞ୍ଚଳ ସ୍ବାଭିମାନ ଅଞ୍ଚଳରେ ନୂତନ ୭ଟି ବିଏସଏଫ କ୍ୟାମ୍ପ ପ୍ରତିଷ୍ଠାକରି ନକ୍ସଲଙ୍କୁ ବେକଫୁଟକୁ ନେବା।ଶ୍ରୀ ବୁଡକୋଟି ଦୁର୍ଗମ ଅଞ୍ଚଳରେ ଯେପରି ବିକାଶ କାର୍ଯ୍ୟ ତ୍ବରାନ୍ବିତ ହେବ ସେନେଇ ବିଏସେଫ ଯବାନଙ୍କୁ ମୁତୟନ କରି କାମକୁ ସହଯୋଗ କରିଥିଲେ। ଛତିଶଗଡ ସୀମାକୁ ଲାଗି ରହିଥିବା ତୁଳସୀ ପାହାଡରେ କିପରି ନକ୍ସଲଙ୍କୁ ଦମନ କରିହେବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ସଫଳ ହେବା ସହ ଲୋକଙ୍କୁ ଶାନ୍ତିରେ ଜୀବନ ଯାପନ କରିବାର ଏକ ବିଶ୍ବାସ ଜନ୍ମାଇଥିଲେ।
ସେ ଦୀର୍ଘ ୧୨ ବର୍ଷ ଏହି ଦୁଇ ଜିଲ୍ଲାର ଦାୟିତ୍ବ ନେଇ ସୁନ୍ଦର ଭାବେ କାମ ପ୍ରଶଂସିତ ହୋଇଛନ୍ତି। ଏବେ ଧନେଶ୍ବର ଶର୍ମା ଏହି ଦାୟିତ୍ବ ଗ୍ରହଣ କରିବା ପରେ ସେ ମଧ୍ୟ ଏହିଦୁଇ ଜିଲ୍ଲାରେ ନକ୍ସଲ ଦମନ ନେଇ ସମସ୍ତ ଯୋଜନା କରିବେ ବୋଲି ଆଶା କରାଯାଉଛି। ଆଇଜି ଶ୍ରୀ ଶର୍ମାଙ୍କର କାଶ୍ମୀର ଠାରୁ ଆରମ୍ଭ କରି ଦେଶର ବିଭିନ୍ନ ସୀମାରେ ଅବସ୍ଥାପିତ ହୋଇ ସନ୍ତ୍ରାସବାଦଙ୍କୁ ଦମନ କରିବାରେ ବହୁ ଅଭିଜ୍ଞତା ରହିଛି। ତେବେ ସେ ମଧ୍ୟ ନକ୍ସଲ ଦମନରେ ସେହି ଅଭିଜ୍ଞତାକୁ ପ୍ରୟୋଗ କରିବେ। ଶ୍ରୀ ଶର୍ମା ବହୁ ପୁଲିସ ମେଡାଲ ଭଲ କାମ କରି ପାଇଥିବା ଜଣାପଡିଛି। ସେ ଦାୟିତ୍ବ ନେବା ପରେ ନକ୍ସଲ ଦମନରେ ଓଡିଶା ପୁଲିସ ଏବଂ ପ୍ରଶାସନ ସହ ମିଶି କାମ କରିବେ ବୋଲି କହିଥିଲେ। ଶାନ୍ତି, ବିକାଶ ଏବଂ ଉନ୍ନତି କରିବାକୁ ହେଲେ ବହୁ ସମସ୍ୟା ଆଗକୁ ଆସିବ ତେଣୁ ଏହାକୁ କିପରି ମୁକାବିଲା କରାଯାଇ ସଫଳ ହେବା ସେନେଇକାମ କରିବା ବୋଲି ଦୋହରାଇଥିଲେ। ତେବେ ସେ ନକ୍ସଲ ଦମନରେ ସଫଳ ହେବେ ବୋଲି ଆଶା ପ୍ରକଟ କରିଛନ୍ତି।