ଧର୍ମଗଡ: ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ଦାବି କରି ଆଜି ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଧର୍ମଗଡ ଉପଖଣ୍ଡକୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହା ଧର୍ମଗଡ ଉପଖଣ୍ଡରେ ସଫଳ ହୋଇଛି l ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନ କ୍ରମେ ଗତ ଅଗଷ୍ଟ ମାସ ୨୮ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୩୭ ଦିନ ଧରି ଗଣଧାରଣା ଜାରି ରଖିବା ସହିତ ଧର୍ମଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିଦିନ ବିଭିନ୍ନ ସଂଗଠନ ଗଣଧାରଣା ଦେବା ଏବଂ ଉପଜିଲ୍ଲାପାଳ, ତହସିଲଦାରଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କୁ ଦାବି ପତ୍ର ଦିଆଯାଇଛି l ଦୀର୍ଘ ୩୭ ଦିନର ଗଣଧାରଣା ପରେ ଆଜି ଧର୍ମଗଡ ଉପଖଣ୍ଡକୁ ବନ୍ଦ ଡାକରା ଦିଆଯାଇଛି l ଏହି ବନ୍ଦ ଡାକରାକୁ ଧର୍ମଗଡ ଉପଖଣ୍ଡର ଜୁନାଗଡ଼ ସହରାଞ୍ଚଳକୁ ବାଦ ଦେଲେ ସମସ୍ତ ୬ଟି ବ୍ଲକରେ ବନ୍ଦ ପାଳନ କରାଯାଇଛି l ଏହି ବନ୍ଦ ପାଳନରେ ବିଭିନ୍ନ ସାମାଜିକ ସଂଗଠନ, ସମସ୍ତ ରାଜନୈତିକ ଦଳ, ବଣିକ ସଂଗଠନ, ଓକିଲ ସଂଗଠନ, ସାମାଜିକ କାଯ୍ୟକର୍ତ୍ତାମାନେ ସାମିଲ ହୋଇ ଅଖ ଚକ ବନ୍ଦ କରିଛନ୍ତି। l ଏହି ବନ୍ଦ ପାଳନରେ ଜରୁରୀକାଳୀନ ସେବାକୁ ବାଦ ଦେଇ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ,ସ୍କୁଲ, କଲେଜ, ଅଖଚକ ସବୁ ବନ୍ଦ ହୋଇଛି।

Advertisment

ଭବାନୀପାଟଣା - ଜୟପୁର ଏନଏଚ-୨୬, ନବରଙ୍ଗପୁର - ନୂଆପଡା ବିଜୁ ଏକ୍ସପ୍ରେସୱେ, ରାୟପୁର - ଜୁନାଗଡ଼ ଏନଏଚ୧୩୦ ସିର ସମସ୍ତ ରାସ୍ତାରେ ବେରିକେଟ କରି ଗାଡି ଚଳାଚଳ ବନ୍ଦ କରାଯାଇ ଜିଲ୍ଲା ଗଠନ ପାଇଁ ଦାବି କରାଯାଇଛି। କ୍ରିୟାନୁଷ୍ଠାନ କମିଟି ଆବାହକ ତୁଷାର ରଞ୍ଜନ ପାଟଯୋଷୀ, ବ୍ୟବସାୟୀ ସଂଘ ସଭାପତି ବିଦ୍ୟାଧର ସାହୁ, ଓକିଲ୍ ସଂଘର ସୁବାସ ପାଣିଗ୍ରାହୀ, ପ୍ରଦୀପ ଦାସ, ଧୀରେନ୍ଦ୍ର ପାତ୍ର, ରାଜେନ୍ଦ୍ର ମୁନି,ଜଗନ୍ନାଥ ସେବା ସମିତି ସଭାପତି ବିଷ୍ଣୁ ପ୍ରାସାଦ ଅଗ୍ରୱାଲ, ବିବେକ ରଂଜନ ମିଶ୍ର, ବିଜେଡ଼ି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଲକ୍ଷ୍ମୀକାନ୍ତ ବାଗ, ଭାଜପା ଜିଲ୍ଳା ସମ୍ପାଦକ ସୁଧିର ରଂଜନ ପଟଯୋଷୀ, ହୃଷୀକେଶ ମିଶ୍ର, ଜନ୍ମେଜୟ ନାଏକ, ବ୍ରଜେଶ ପଣ୍ଡା, ଦିଗାମ୍ବର ଦୁରିଆ, ପ୍ରେମ ଲାଲ ସାଗର, ଡାକେ ଲହଜଲ, ସନ୍ତୋଷ ପାଢ଼ୀ, ସାମ୍ବାଦିକ ବିରଞ୍ଚି ଜାଲ, ବୈଦ୍ୟନାଥ ବେହେରା, ଇଙ୍ଗିତ ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ |