କଟକ: ମାହାଙ୍ଗା ନୃତ୍ତାଙ୍ଗରେ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ଏକାଦଶାହରେ ମୃତ ପରିବାରକୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ନେତା ଓ କର୍ମୀ। ପରିବାରକୁ ଭେଟି ସମସ୍ତ ବିଷୟରେ ପଚାରି ବୁଝିଛନ୍ତି ଧର୍ମେନ୍ଦ୍ର। ଏକାଦଶାହ କର୍ମରେ ପ୍ରଥମେ ଦୁଇ ମିନିଟ୍ ନିରବ ପାର୍ଥନା କରିବା ପରେ ମାହାଙ୍ଗା ହତ୍ୟାକାଣ୍ତ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ହତ୍ୟାକାଣ୍ତର ପରଦିନ ଅବଗତ କରାଯାଇଥିବା କହିଥିବାବେଳେ ପ୍ରଧାନମନ୍ତ୍ରୀ ଏ ନେଇ ଚିନ୍ତା ପ୍ରକଟ କରିଛନ୍ତି।
ଏହାସହ ହତ୍ୟାକାଣ୍ତକୁ ଆଜିକୁ ୧୧ ଦିନ ବିତି ଯାଇଥିବା ପରେ ମଧ୍ୟ ଉଭୟ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପରିବାର ଭୟଭୀତ ଅବସ୍ଥାରେ ଅଛନ୍ତି। ଦୁଇ ପରିବାର ମଧ୍ୟରେ ଜାତ ହୋଇଥିବା ଶଙ୍କା ପୁଲିସ୍ ଡ଼ିଜିଙ୍କୁ ଜଣାଯିବ। ଏହି ଦାୟିତ୍ବ ପୂର୍ବତନ ଡ଼ିଜି ପ୍ରକାଶ ମିଶ୍ରଙ୍କୁ ଦିଆଯାଇଛି। ମାହାଙ୍ଗାରେ ରାଜନୈତିକ ହିଂସାର ପୂର୍ବ ଇତିହାସ ରହିଆସିଛି। ପୂର୍ବରୁ ୨ଟି ହତ୍ୟାକାଣ୍ତ ମଧ୍ୟ ହୋଇଛି । ପିଏମ୍ଏୱାଇ ଦୁର୍ନୀତିର ପର୍ଦ୍ଦାଫାସ କରିବାରୁ କୁଳମଣି ବରାଳଙ୍କୁ ଏଭଳି ବୀଭତ୍ସ ଭାବେ ହତ୍ୟା କରାଯାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/IMG-20210112-WA0012.jpg)