ଭଦ୍ରକ: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଭଦ୍ରକରେ ବିଶାଳ ରୋଡ ସୋ’ କରିଛନ୍ତି। ସ୍ଥାନୀୟ ସାତଭଉଣୀ ମନ୍ଦିର ସମ୍ମୁଖରୁ ଏହି ରାଲି ବାହାରିଥିଲା। ସହର ସାରା ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ରାଲି ହୋଇଛି। ଭଦ୍ରକ ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଓ ସଦର ବିଧାୟକ ପ୍ରାର୍ଥୀ ଡ. ପ୍ରଦୀପ ନାୟକଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ରୋଡ ସୋ’ ମାଧ୍ୟମରେ ଏହି ପ୍ରଚାର କରିଛନ୍ତି।

Advertisment

publive-image

ସୂଚନାଯୋଗ୍ୟ ଏପ୍ରିଲ ୨୯ରେ ୪ର୍ଥ ପର୍ଯ୍ୟାୟରେ ଓଡ଼ିଶାରେ ୬ଟି ଲୋକସଭା ଆସନ (ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର) ଏବଂ ଏହାର ଅନ୍ତର୍ଗତ ୪୧ଟି ବିଧାନସଭା ଆସନରେ ମତଦାନ ହେବ। ଏଥି ପାଇଁ ଶନିବାର ନିର୍ବାଚନ ପ୍ରଚାରର ଶେଷ ତାରିଖ ରହିବ।