ପରୀକୁ ନ୍ୟାୟ ଦାବିରେ ମାଲକାନଗିରି ଜିଲ୍ଲା କଂଗ୍ରେସର ଧାରଣା

ମାଲକାନଗିରି : କୁନି ଝିଅ ପରୀକୁ ନ୍ୟାୟ ପାଇଁ ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୃତ୍ବରେ  ଆଜି ଦଳ ତରଫରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।

ସକାଳ ୧୦ଟାରୁ ମଧ୍ୟାହ୍ନ ସାଢେ ବାରଟା ପର୍ଯ୍ୟନ୍ତ ଜିଲ୍ଲା କଂଗ୍ରେସର ଶତାଧିକ କର୍ମୀ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ପରୀକୁ ନ୍ୟାୟ ଦେବା ପାଇଁ ଦାବି କରିଥିଲେ । ବର୍ତ୍ତମାନ ଏସଆଇଟି ଏହାର ଯାଞ୍ଚ କରୁଥିବା ବେଳେ ତୁରନ୍ତ ଏହି ହତ୍ୟାକାଣ୍ଡରେ ଜଡିତ ଥିବା ଦୋଷୀମାନଙ୍କୁ ତୁରନ୍ତ ଗିରଫ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲା କଂଗ୍ରେସ । ଏନେଇ ଏକ ଦାବି ପତ୍ର ମଧ୍ୟ ଏସପିଙ୍କୁ ଦିଆଯାଇଥିବା ଜଣାପଡିଛି । ଏହି ଧାରଣରେ କାର୍ଯ୍ୟକାରୀ ସଭାପତି ରାମ ପ୍ରସାଦ ପଟନାୟକ,କାଲିମେଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ମାଲା ମାଢି,ମହିଳା ସଭାନେତ୍ରୀ କମଳା ବରାଳ,ଯୁବ କଂଗ୍ରେସ ନେତା ଛବି ଦାସ,ପ୍ରାଣ କୃଷ୍ଣ ମଣ୍ଡଳ,ପେଣ୍ଡ୍ରା ପ୍ରସାଦ ପଣ୍ଡା,କେଶୁ ରାଓ, ଜି.ଶ୍ରୀନିବାସ ରାଓ,ପଦ୍ମ ପାଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର