ହରିଦାସପୁର ରାମକୋ ସିମେଣ୍ଟ କାରଖାନା ସମ୍ମୁଖରେ ସ୍ଥାନୀୟ ଲୋକଙ୍କ ଧାରଣା

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ହରିଦାସପୁର ରାମକୋ ସିମେଣ୍ଟ କାରଖାନା ସମ୍ମୁଖରେ ଧର୍ମଶାଳା ଅଂଚଳବାସୀ ଓ ବେକାରି ବିରୋଧୀ ମଂଚ ପକ୍ଷରୁ ଧାରଣା ଦିଆଯାଉଛି ।

ମିଳିଥିବା ସୂଚନା ଅନୁସାରେ କାରଖାନାର ଗେଟ ଆଗରେ ପ୍ରାୟ ୩ଶହରୁ ଅଧିକ ପୁରୁଷ ଓ ମହିଳା ଧାରଣା ଦେବା ସହ ପ୍ରତିବାଦ ଚଳାଇଛନ୍ତି । ସ୍ଥାନୀୟ,ଅଂଚଳ ଲୋକଙ୍କୁ ନିଯୁକ୍ତି ନଦେବା, ପରିବେଶ ସୁରକ୍ଷା ପାଇଁ ପଦକ୍ଷେପ ନନେବା ,ସରକାରୀ ଓ ଘରୋଇ ଜମି ହଡପ କରିବା, ପରିବେଶ ପ୍ରଦୂଷଣ ଆଦିକୁ ପ୍ରତିବାଦ କରି ରାମକୋ କମ୍ପାନୀ ଗେଟ ସମ୍ମୁଖରେ ଧାରଣା ଦେବା ସହ ପ୍ରତିବାଦ ଚଳାଇଛନ୍ତି । ଘଟଣା ସ୍ଥଳରେ କୁଆଖିଆ, ଧର୍ମଶାଳା ଥାନାର ପୋଲିସ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ କମ୍ପାନୀ କର୍ମଚାରୀମାନେ ଭିତରକୁ ଯାଇପାରିନାହାନ୍ତି ।

ସମ୍ବନ୍ଧିତ ଖବର