ଧଉଳି-କଳିଙ୍ଗ ମହୋତ୍ସବ ଉଦଯାପିତ, ନୃତ୍ୟରେ ଓଡ଼ିଶାର କଳା,ସଂସ୍କୃତି ଏବଂ ବିଭବର ପରାକାଷ୍ଠା

ଧଉଳି:ରାଜ୍ୟ ପର୍ଯ୍ୟଟନ ବିଭାଗ , ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଏବଂ ଆର୍ଟ ଭିଜନର ମିଳିତ ଆନୁକୂଲ୍ୟରେ ଗତ ୩ ଦିନ ଧରି ଚାଲିଥିବା ଧଉଳି – କଳିଙ୍ଗ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି । ଶାସ୍ତ୍ରୀୟ କାର୍ଯ୍ୟକ୍ରମର ପ୍ରାରମତଭରେ ପ୍ରାଚୀନ କଳିଙ୍ଗର କଳା , ସଂସ୍କୃତି , ଐତିହ୍ୟ ଏବଂ ବିଭବ ବାସ୍ତବିକ ମହାନ । ଅଂହିସା . ସତ୍ୟ , ଶାନ୍ତି ଏବଂ ପ୍ରେମ ପ୍ରଣୟ ଅନ୍ୟତମ ମହାନତା ଭଳି ଗୁଣାବଳୀକୁ ନେଇ ଏକ ଅନ୍ୟନ୍ୟ ଓଡ଼ିଶା ଗଠନର ନୃତ୍ୟ ପରିବେଷଣ କରିଥିଲେ ନୈବେଦ୍ୟ ଅନୁଷ୍ଠାନର କଳାକାରବୃନ୍ଦ । ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଅରୁଣା ମହାନ୍ତି ଓ ବିଜୟ କୁମାର ସାହୁ ।

ଦ୍ବିତୀୟ ପ୍ରସ୍ତୁତିରେ ବେଙ୍ଗାଲୁରୁର ସମ୍ଭାବି ସ୍କୁଲ ଅଫ ଡ୍ୟାନ୍ସର କାଳକାରମାନଙ୍କ ଦ୍ବାରା ପରିବେଷିତ ଦଳଗତ ନୃତ୍ୟରେ   ପ୍ରଭୁ ବିଥୋବାଙ୍କ ଉପରେ ଭକ୍ତିପୁତ କୁଚିପୁଡ଼ି ନୃତ୍ୟ ଦର୍ଶକମାନଙ୍କୁ ବିମୋହିତ କରିଥିଲା । ପରବର୍ତ୍ତୀ ପ୍ରସ୍ତୁତିରେ ଶୀକୃଷ୍ଣଙ୍କ ପ୍ରେମଲୀଳା ଆଧାରିତ ନୀଳମେଘର ନୃତ୍ୟାଭିନୟ ଦର୍ଶକମାନଙ୍କୁ ମନୋରେଂଜନର ଖୋରାକ ଯୋଗାଇ ଥିଲା । ଏହାପରେ ଅଗାଢ଼ ଭକ୍ତି , ପ୍ରେମ ଓ ସମର୍ପଣର ଭାବ କୁବୁଜାର ଦୁଃଖ ହରଣ ।  ଏହାର ନୃତ୍ୟ ସଯୋଜନା କରିଥିଲେ ବୈଜୟନ୍ତୀ କାଶୀ । ତୃତୀୟ ସୋପାନରେ ଅନୁଗୁଳ ଜିଲ୍ଲାର ନୃତ୍ୟ ନିଳୟ ଅନୁଷ୍ଠାନର କଳାକାରମାନେ ପଲ୍ଲବୀରେ  ରାଗମାଳିକା ଓ ତାଳ ମାଳିକା ଉପରେ ନିବଦ୍ଧ ଅଗ୍ନି ସୁକ୍ତମ ପରିବେଷଣ କରିଥିଲେ । ଏହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ସ୍ବପ୍ନାରାଣୀ ସିହ୍ନା ।

ଅନ୍ତିମ ସଂଧ୍ୟାର ଶେଷ ପ୍ରସ୍ତୁତିରେ ନୂଆଦିଲ୍ଲୀର ଆଚାର୍ଯ୍ୟ ଛଉନୃତ୍ୟ ବିଚିତ୍ର ଅନୁଷ୍ଠାନର ଶିଳ୍ପୀମାନଙ୍କ ଦଳଗତ ସରେଇକଳା ଛଉନୃତ୍ୟ ଦର୍ଶକମାନଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବାରେ ସଫଳ ହୋଇଥିଲା । ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ରାଗ ମହ୍ଲାର ଓ ଚାରୁକେଶୀ । ତାଳ ଆଠମାତ୍ରା ଉପରେ ପର୍ଯ୍ୟବେସିତ ଗରୁଡ଼ ବାସୁକି । ଶେଷରେ ଆଖଡ଼ା ନୃତ୍ୟ ପରିଖଣ୍ଡ ଏବଂ ଖେଲୋ ଛଉନୃତ୍ୟରେ ସମରକଳା ଦର୍ଶକମାନଙ୍କୁ ବିମୋହିତ କରିଥିଲା ।

ଉଦଯାପନୀ ସଂଧ୍ୟାର ଅତିଥିମାନେ ଥିଲେ ପଶ୍ମିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ , ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚୀ , ଓଡ଼ିଶା ସରକାରଙ୍କ ମୋ ସ୍କୁଲ ଅଧ୍ୟକ୍ଷା ସୁଶ୍ମିତା ବାଗଚୀ , ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ , ଓଡ଼ିଶା ଡ୍ୟାନ୍ସ ଏକାଡେମୀର ସଚିବ ଗୁରୁ ଅରୁଣା ମହାନ୍ତିଙ୍କ ସମେତ ଆର୍ଟଭିଜନର ସଚିବ ଗୁରୁ ଇଲିଆନା ସୀତାରିଷ୍ଟ । ଶାସ୍ତ୍ରୀୟ ସଂଧ୍ୟା ପରିଚାଳନା କରିଥିଲେ ଇଂ ଶ୍ରୀନିବାସ ଘଟୁଆରୀ ଓ ନାଜିଆ ସାୟିଦ୍ ।

ସମ୍ବନ୍ଧିତ ଖବର