ନବଜାତ କନ୍ୟାକୁ ମିଳିଲାନି କିଟ୍‌

କାମାକ୍ଷାନଗର: ବିଜୁ କନ୍ୟାରତ୍ନ ଯୋଜନାରେ ନବଜାତ କନ୍ୟାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ କିଟ୍‌ ଦିଆଯିବା ବ୍ୟବସ୍ଥା ରହିଛି। ଏହି କିଟ୍‌ରେ ଶିଶୁ ପାଇଁ ତେଲ, ସାବୁନ ପ୍ରଭୃତି ରହିଛି। କମାକ୍ଷାନଗରର ଜ‌ିତେନ୍ଦ୍ର ପାତ୍ରଙ୍କ ନବଜାତ କନ୍ୟାକୁ ତାହା ମିଳିନଥିବା ସେ ଅଭିଯୋଗ କରିଛନ୍ତି। ଗତ ଶନିବାର ଜ‌ିତେନ୍ଦ୍ରଙ୍କ ପତ୍ନୀ କାମାକ୍ଷାନଗର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କୁ କିିଟ୍‌ ମିଳିଲାନାହିଁ। ଅନ୍ୟପକ୍ଷରେ ଡାକ୍ତରଖାନାରୁ କିଟ୍‌ ସରିଯାଇଛି ବୋଲି ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ରତ୍ନାକର ସାମଲ କହିଛନ୍ତି। କିଟ୍‌ ଆସିଲେ ଜିତେନ୍ଦ୍ରଙ୍କ ନବଜାତ କନ୍ୟାକୁ ଦିଆଯିବ ବୋଲି ଡା. ସାମଲ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର