ଅବକାରୀ ବିଭାଗର ଚଢ଼ାଉ; ୧୧୦୦ ଲିଟର୍ ଦେଶୀ ମଦ ଜବତ

ବାଲିବୋ: ଭୁବନ ବ୍ଲକ୍ ଅନ୍ତର୍ଗତ ଚନ୍ଦାର ଗ୍ରାମରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ବହୁ ଦିନ ଧରି ଚାଲିଥିବା ଦେଶୀ ମଦ ଧରିବାକୁ ଅବକାରୀ ବିଭାଗ ବହୁବାର ଫେଲ୍ ମାରିବା ପରେ ଆଜି ବିଶେଷ ସୁତ୍ରରୁ ଖବର ପାଇ ହଠାତ୍ ଚଢ଼ାଉ ହୋଇଥିଲା । ଘଟଣାରୁ ପ୍ରକାଶ ଯେ ୧୧୦୦ ଲିଟର୍ ଦେଶି ମଦ ଜବତ କରାଯାଇଛି। ହେଲେ ମଦ ମାଫିଆମାନେ ଉକ୍ତ ସ୍ଥାନରୁ ଚମ୍ପଟ ମାରିଛନ୍ତି, ଫଳରେ ଅବକାରୀ ବିଭାଗ ମାଫିଆମାନଙ୍କୁ ଧରିବାକୁ ତଦନ୍ତ ଚଳାଇଛି । ଏକତାଳି, ମହୁଲପାଳ , ନିମେଇଁପୁର ,ନୟାନିଳକଣ୍ଠପୁର ସମେତ ଚନ୍ଦାର ଗ୍ରାମରେ ଅବକାରୀ ବିଭାଗ ଛାନଭିନ କରିଥିଲା। କିନ୍ତୁ ଚନ୍ଦାର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ କୈାଣସି ସୁରାଗ ପାଇ ପାରିନଥିଲା ।

ସମ୍ବନ୍ଧିତ ଖବର