କାମାକ୍ଷାନଗର: ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଇନ୍ଦିପୁର ଗାଁରେ ରାମୀଆଳ ନଦୀରେ ବୁଡିଯାଇ ଆଜି ସକାଳୁ ଜଣଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ ଗାଁର ସୁଶାନ୍ତ ସେଠୀ (୪୫ବର୍ଷ)। ସୁଶାନ୍ତ ଆଜି ରାମିଆଳ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଭାସି ଯାଇଥିଲେ। ତାଙ୍କୁ ସେଠାରୁ ଉଦ୍ଧାର କରି ପରିବାର ଲୋକେ କମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କାମାକ୍ଷାନଗର ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି।
ଇନ୍ଦିପୁର ଗାଁରେ ରାମୀଆଳ ନଦୀରେ ବୁଡିଯାଇ ଜଣେ ମୃତ
/sambad/media/post_attachments/wp-content/uploads/2022/11/images-4.jpg)