କାମାକ୍ଷାନଗର: ଢେଙ୍କାନାଳ ଜିଲା କାମାକ୍ଷାନଗର ପଶ୍ଚିମାଅଞ୍ଚଳ ରେଞ୍ଜ କାମାକ୍ଷାନଗର ବଜାର ସନିକଟ ଟେଲିଫୋନ ଏକ୍ସଚେଞ୍ଜ ପାଖ ବିଲ ମାଳରେ ୧୧ ଟିକିଆ ହାତୀପଲ ନଜର ଆସିଛନ୍ତି। ଏହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇଛନ୍ତି।
ହାତୀପଲ ପୂର୍ବାଂଚଳ ରେଞ୍ଜ ବାଇସିଙ୍ଗା , ବ୍ରାହ୍ମଣୀଆ ଗାଁ ଆଡୁ ଆଜି ସକାଳୁ ସକାଳୁ କାମାକ୍ଷାନଗର ଟେଲିଫୋନ ଏକ୍ସଚେଞ୍ଜ ପଛ ପାଖରେ ଥିବା ବିଲ ମାଳରେ ରହିଛନ୍ତି। ଏଣେତେଣେ ଚଲାବୁଲା କରୁଛନ୍ତି ପାଚିଲା ଧାନ ଫସଲ ନଷ୍ଟ କରୁଛନ୍ତି। ପୂର୍ବାଞ୍ଚଳ ରେଞ୍ଜର ବନ ବିଭାଗ ଏହା ଉପରେ ଦୃଷ୍ଟି ଦେଇରଖିଥିବା କହିଛନ୍ତି ଫରେଷ୍ଟର ରମେଶ ସାହୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/aaef82fd-b90b-4598-98c8-f4a2c989bbb3.jpg)