ଢେଙ୍କାନାଳ: କେନ୍ଦୁ ଗଛରୁ ପଡି ୧୨ ବର୍ଷ ବାଳକର ମୃତ୍ୟୁ, ସମ୍ପର୍କୀୟ କହିଲେ- ଡାକ୍ତରଙ୍କ ଅବହେଳା ଯୋଗୁଁ ପୁଅର ଜୀବନ ଗଲା

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଖଜୁରିଆ ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଖଜୁରିଆ ଗାଁର ତପନ ପାତ୍ରଙ୍କ ୧୨ ବର୍ଷର ପୁଅ ବିକୁନ ପାତ୍ର କେନ୍ଦୁ ଖାଇବାକୁ ଗଛ ଚଢିଥିଲା। ଅବହେଳା ଯୋଗୁଁ ବିକୁନ ଗଛରୁ ଖସିପଡ଼ିଥିଲା। ଆହତ ହେବା ପରେ ବିକୁନଙ୍କୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍‌ସରେ କାମାକ୍ଷାନଗର ମେଡିକାଲ ଆଣିଥିଲେ। ଏଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ବାଳକର ମୃତ୍ୟୁ ପରେ ଏବେ ଅଭିଯୋଗ ଆଣିଛନ୍ତି ଯେ, ହସ୍‌ପିଟାଲରେ ଡାକ୍ତରଙ୍କର ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଛି। ବିକୁନ୍‌ର ମାଉସୀ ମମତା ପାତ୍ର କହିଛନ୍ତି, ଏଠାରେ ଡାକ୍ତର ଠିକରେ ଚିକିତ୍ସା ନକରିବାରୁ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଅଭିଯୋଗକୁ ଚିକିତ୍ସା କରୁଥିବା ଡାକ୍ତର ରାମରଂଜନ ମହାନ୍ତି ଖଣ୍ଡନ କରିଛନ୍ତି। ଡାକ୍ତର ରାମରଂଜନ କହିଛନ୍ତି, ହସ୍‌ପିଟାଲ୍‌ରେ ପହଂଚିବା ପୂର୍ବରୁ ବାଳକର ମୃତ୍ୟୁ ଘଟି ସାରିଥିଲା। ରିସିଭ୍‌ ଡେଥ କୁହାଯାଇ ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ କଙ୍କଡ଼ାହାଡ଼ ପୁଲିସକୁ ଖବର ଦିଆଯାଇଛି। ହସ୍‌ପିଟାଲ୍‌ରେ ଚାପା ଉତ୍ତେଜନା ଦେଖାଯାଇଛି।

ସମ୍ବନ୍ଧିତ ଖବର