ଢେଙ୍କାନାଳ : ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଢେଙ୍କାନାଳ ଭୁବନ ପୂର୍ତ୍ତ ବିଭାଗ ରାସ୍ତାରେ ପୃଥକ ଦୁର୍ଘଟଣାରେ ଭୁବନ ବ୍ଲକ ଅଞ୍ଚଳର ୨ ଜଣ ମୃତ୍ୟୁବରଣ କରିଥିବାବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ସାପୁଆଝର ପୋଲ ନିକଟରେ ବାଇକ ନଂ ଓଡି ୦୪ ବି ୩୦୮୧ ଭାରସାମ୍ୟ ହରାଇ ଗଚ୍ଛରେ ପିଟି ହୋଇ ଭୁବନ ଥାନା ଅନ୍ତର୍ଗତ ମହୁଲପାଳ ଗ୍ରାମର ପିତ୍ତବାସ ମଳିକଙ୍କ ପୁଅ ମୁନା ମଳିକ (୨୪) ଙ୍କର ମୃତ୍ୟୁ ହୋଇଛି।
ସେହିପରି ଅପରାହ୍ନରେ ଝାରଦା ଛକ ନିକଟରେ ଏକ ରଡ଼ ବୋଝେଇ ପିକଅପକୁ ଧକା ଦେଇଛି କାର । ପିକଅପ ଓଡି ୩୩ ଏଡି ୯୯୯୧ ଗଁଦିଆରୁ ଷଡଙ୍ଗୀ ଅଭିମୁଖେ ଯାଉଥିବା ବେଳେ ବିପରୀତ ପାର୍ଶ୍ଵରୁ ଆସୁଥିବା କାର ଓଡି ୩୪ ଏଫ୍ ୨୯୮୪ ସହ ମୁହାଁମୁହିଁ ଧକ୍କା ଦେଇଥିଲା । ପିକଅପ ଡ୍ରାଇଭର ଫେରାର ଥିବା ବେଳେ କାରରେ ଥିବା ୪ ଜଣ ଗୁରୁତର ହୋଇଥିଲେ। କରମୁଳ ଗ୍ରାମର ବ୍ରଜବନ୍ଧୁ ପୋଇ ଏବଂ ସ୍ତ୍ରୀ ଝରଣା ପୋଇଙ୍କ ସହ ତାଙ୍କ ଶାଶୂ ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା ଗ୍ରାମର ଗୌରୀ ବେହେରା , ଚାଳକ ଗୁରୁତର ହୋଇ ଢେଙ୍କାନାଳ ଯାଉଥିଲେ। ଢେ଼ଙ୍କାନାଳଠାରେ ଗୌରୀ ବେହେରାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ଗଁଦିଆ ପୁଲିସ ପହଞ୍ଚି ଦୁଇ ଗାଡ଼ିକୁ ହେପାଜତକୁ ନେବା ସହ ତଦନ୍ତ ଆରମ୍ଭ କରିଛି ବୋଲି ଗଁଦିଆ ଥାନା ଅଧିକାରୀ ଶାନ୍ତନୁ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।
ଢେଙ୍କାନାଳ ଭୁବନ ରାସ୍ତାରେ ଦୁଇ ପୃଥକ ଦୁର୍ଘଟଣାରେ ୨ ମୃତ, ୩ ଗୁରୁତର
ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଢେଙ୍କାନାଳ ଭୁବନ ପୂର୍ତ୍ତ ବିଭାଗ ରାସ୍ତାରେ ପୃଥକ ଦୁର୍ଘଟଣାରେ ଭୁବନ ବ୍ଲକ ଅଞ୍ଚଳର ୨ ଜଣ ମୃତ୍ୟୁବରଣ କରିଥିବାବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ଅବସ୍ଥାରେ ଅଛନ୍ତି।
/sambad/media/media_files/Fs6NIpDhuESm4z8zb9Jp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)