କାମାକ୍ଷାନଗର: ଘର କାମ କରୁଥିବା ବେଳେ ଅଘଟଣ। ଲୁହା ଛଡ଼ ଭିଡୁଥିବା ସମୟରେ ୩୩ କେଭି ଲାଇନ ତାରରେ ଲାଗି ୨ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତର ଶ୍ରମିକ ହେଲେ ଜଗା ମଲ୍ଲିକ (୩୭) ଓ ବାବୁଲି ମଲ୍ଲିକ (୩୦)। ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି କାମାକ୍ଷାନଗର ଥାନା ଆଲୁଅଝରଣଠାରେ। ଗାଁର ନାରାୟଣ ସାହୁଙ୍କ ନୂଆ ଘରେ ଆଜି ସକାଳ ୭ଟାରେ ୮ରୁ ୧୦ ଜଣ ଶ୍ରମିକ ଘର କାମ କରିବା ପାଇଁ ଛଡ଼ ଭୁଡୁଥିବା ବେଳେ ଘର ଆଗ ଦେଇ ଯାଇଥିବା ୩୩ କେଭି ତାରରେ ଅସାବଧାନତା ବଶତଃ ଛଡ଼ରେ ଲାଗିଯାଇଥିଲା। ଏହାର ସଂସ୍ପର୍ଶରେ ଆସି ୨ଶ୍ରମିକ ଗୁରୁତର ହୋଇଥିଲେ।
ପାଖରେ ଥିବା ଅନ୍ୟ ଶ୍ରମିକମାନେ ଉଭୟଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଛନ୍ତି। ପ୍ରାଥମିକ ଚିକିତ୍ସାପରେ ଉଭୟଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ଅନ୍ୟ ଶ୍ରମିକମାନେ ସୁରକ୍ଷିତ ଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/9eb756d6-a67d-4479-bfcd-fd51bb7249b2.jpeg)