ଭୁବନ: ପାର୍ବଣ ଋତୁରେ ଅଶାନ୍ତ ହୋଇଛି ସୁରପ୍ରତାପପୁର। ଖୁଦୁରୁକୁଣୀ ଓଷାକୁ ଜାକଜାମକରେ ପାଳନ କରାଯାଉଥିବା ସୁରପ୍ରତାପପୁରରେ ଚାନ୍ଦା ମାଗି ବିଫଳ ହେବାରୁ ଜଣେ ଯୁବକଙ୍କ ବେକ କାଟି ଦେଲେ ଦୁର୍ବୃତ୍ତ। ଗାଁର ଯୁବ କମିଟି ପକ୍ଷରୁ ମିନା ବଜାର ଆୟୋଜନ କରାଯାଇଛି। କମିଟି ସଦସ୍ୟ ବିମଳ ସ୍ୱାଇଁଙ୍କୁ ବୁଧବାର ରାତି ୧୧ଟା ୧୫ରେ ୩ ଯୁବକ ନୀଳ ସ୍ୱାଇଁ, ଜେନା ସ୍ୱାଇଁ ଓ କାଳନ୍ଦୀ ନାୟକ ଚାନ୍ଦା ମାଗିଥିଲେ। ହେଲେ ବିମଳ ସ୍ୱାଇଁ ଚାନ୍ଦା ଦେବାକୁ ମନା କରିଥିଲେ।
ଚାନ୍ଦା ନ ପାଇବାରୁ ଧାରୁଆ ଅସ୍ତ୍ରରେ ସେମାନେ ବିମଳଙ୍କ ବେକକୁ କାଟି ଦେଇଥିଲେ। ପରେ ଗାଁ କମିଟିର ସଦସ୍ୟ ନୀଳ ସ୍ବାଇଁଙ୍କୁ ପୁଲିସ ଜିମାରେ ଦେଇଥିବା ଜଣାପଡ଼ିଛି। ଚିକିତ୍ସା ପାଇଁ ବିମଳ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/m-n-3.jpg)