ପଥର ଓ କୋଇଲା ଚୋରାଚାଲାଣ : ୪ ଟ୍ରକ୍‌ ଜବତ,୨ ଗିରଫ

ଢେଙ୍କାନାଳ : ସହରରୁ ବ୍ୟାପକ କୋଇଲା ଏବ˚ ପଥର ଚୋରା ଚାଲାଣ ହେଉଥିବା ଖବର ପାଇ ଗତକାଲି ପୁଲିସ୍‌ ମଙ୍ଗୁଳି ଠାରୁ ଗୋଟିଏ କୋଇଲା ଟ୍ରକ ଏବ˚ ସଦର ବ୍ଲକ ବିରାଡିଆ ଠାରୁ ୩ ଟି ମାଙ୍କଡାପଥର ବୋଝେଇ ଟ୍ରକ ଜବତ କରିଛି। କୋଇଲା ଟ୍ରକର ଡ୍ରାଇଭର ଏବ˚ ହେଲ୍‌ପରକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଜବତ ଟ୍ରକଗୁଡିକୁ ଟାଉନ୍‌ ଥାନାରେ ରଖାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ଓଆର‌୍‌୧୯ଜେ୩୭୮୩ ନମ୍ବର ଟ୍ରକରେ ଚୋରା କୋଇଲା ଚାଲାଣ ହେଉଥିବା ଖବର ପାଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ସଦର ଏସ୍‌ଡିପିଓ ଶେଖ୍‌ ଅବ୍ଦୁଲ କରିମ୍‌ ଏବ˚ ତାଙ୍କ କର୍ମଚାରୀମାନେ ଚଢଉ କରିଥିଲେ। ମଙ୍ଗୁଳି ଠାରୁ ସ˚ପୃକ୍ତ ଟକକୁ ଅଟକାଇବା ସହ ସେଥିରେ ଚୋରା ଚାଲାଣ ହେଉଥିବା ୨୦ ଟନ୍‌ କୋଇଲାକୁ ଜବତ କରିଥିଲେ। କୋଇଲା ଟ୍ରକର ଡ୍ରାଇଭର ଗଁଦିଆ ବ୍ଲକ ମଠତେନ୍ତୁଳିଆ ଗ୍ରାମର ଶ୍ରୀଧର ମଲ୍ଲିକ ଏବ˚ ହେଲ୍‌ପର ଗଁଦିଆର ମାତୁ ସୋରେନ୍‌କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।  ସେହିପରି ଭୁବନ ଅଞ୍ଚଳରୁ ଚୋରା ମାଙ୍କଡା ପଥର ଚାଲଣ ହେଉଥିବା ଖବର ପାଇ ଆଜି ଭୋରୁ ଏସ୍‌ଡିପିଓ ଶ୍ରୀ କରିମ୍‌ ଚଢଉ କରି ଓଆର‌୍‌୦୯ବି୩୭୨୧, ଓଆର‌୍‌୦୯ଇ୩୬୧, ଓଆର‌୍‌୦୬ଏଫ୍‌୭୫୬୯ ନମ୍ବର ପଥର ବୋଝେଇ ଟ୍ରକକୁ ବିରାଡିଆଠାରେ ଜବତ କରିଥିଲେ।

ସମ୍ବନ୍ଧିତ ଖବର