କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ପଣ୍ଡୁଆ ଛକ ନିକଟରୁ ୨ଟି ଗୋରୁ ବୋଝେଇ ଗାଡ଼ି ଜବତ କରିଛି ତୁମୁସିଙ୍ଗା ପୁଲିସ। ଏଥିସହିତ ଗୋଟିଏ କାରକୁ ଜବତ କରାଯିବା ସହ ୫ଜଣଙ୍କୁ ଅଟକ ରଖାଯାଇଛି।
ସୂଚନା ଅନୁସାରେ, ବିଳମ୍ବିତ ରାତିରେ ବେଆଇନ ଭାବେ ଗୋରୁଚାଲାଣ ହେଉଥିବା ବେଳେ ତୁମୁସିଙ୍ଗା ଥାନା ଅଧିକାରୀ ପ୍ରଦୀପରଞ୍ଜନ ପାତ୍ର ଖବର ପାଇ ପଣ୍ଡୁଆ ଛକ ନିକଟରେ ରହି ଗୋରୁ ବୋଝେଇ ଗାଡ଼ିକୁ ଅଟକାାଇଥିଲେ। ଏହି ରାସ୍ତା ଦେଇ ଅନେକ ଥର ଗୋରୁ ଚାଲାଣ ହେଉଥିବାର ନଜିର ମଧ୍ୟ ରହିଛି। ମାଫିଆମାନେ ଗାଡ଼ିରେ ଅତ୍ୟନ୍ତ ଦୟନୀୟ ଭାବରେ ଗୋରୁ ବୋଝେଇ କରି ବିଳମ୍ବିତ ରାତିରେ ଚାଲାଣ କରିଥାନ୍ତି।
ସୂଚନାଯୋଗ୍ୟ, ଗତ ମାସରେ ମଧ୍ୟ ତୁମୁସିଙ୍ଗା ଥାନା ତରଫରୁ ଚଢଉ କରାଯାଇ ୩ ଗାଡ଼ିରେ ପ୍ରାୟ ୨୬ଟି ଗୋରୁ ବୋଝେଇ ହୋଇ ଚାଲାଣ ହେଉଥିବା ବେଳେ ଜବତ କରାଯାଇଥିଲା। ଏଥିରେ ସଂପୃକ୍ତ ଥିବା ୫ଜଣଙ୍କୁ ଗିରଫ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/kam.jpg)