ଓଡ଼ାପଡ଼ା: ଆଜି ଦିନ ୧ଟା ସମୟରେ ହିନ୍ଦୋଳ ରୋଡ ବଜାରରେ ଏକ ପେଟ୍ରୋଲ୍ ବୋଝେଇ ଟ୍ୟାଙ୍କର ନଂ (ଓ ଆର୍ ୦୫ଏନ୍ ୨୫୦୯) ସହିତ ପାଉଁଶ ବୋଝେଇ ୧୨ ଚକିଆ ଟ୍ରକର (ଓଡି ୩୫ଡି ୯୩୫୧) ମୁହାଁମୁହିଁ ଧକ୍କା ହୋଇଥିଲା। ଏହାଫଳରେ ପାଉଁଶ ବୋଝେଇ ଟ୍ରକର ଡ୍ରାଇଭର ଗୁରୁତର ଆହତ ହୋଇଥିଲେ।
ଖବର ପାଇ ହିନ୍ଦୋଳ ରୋଡ ଫାଣ୍ଡି ଅଧିକାରୀ ପୌଲସ୍ତି ଖଡିରତ୍ନ, ହିନ୍ଦୋଳ ରୋଡ ଦମକଳ ବାହିନୀ ଓ ସ୍ଥାନୀୟ ଲୋକ ଟ୍ରକ ମଧ୍ୟରେ ଚାପି ହୋଇ ରହିଥିବା ଡାଇଭରଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ଢେଙ୍କାନାଳ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ଟ୍ରକ୍ ଡ୍ରାଇଭର ଙ୍କର ଗୋଟିଏ ଗୋଡ଼ ଚାପି ହୋଇ ଅକାମୀ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା।
ଦୁଇ ଟ୍ରକ ଡ୍ରାଇଭରଙ୍କର ବେପରୁଆ,ଖାମଖିଆଲି ଓ ଦ୍ରୁତ ଗତିରେ ଗାଡ଼ିଚାଳନା ସହିତ ଜାତୀୟ ରାଜପଥ ସମ୍ଫ୍ରସାରଣ କାର୍ଯ୍ୟ କରୁଥିବା ଠିକାଦାରଙ୍କର ବେପରୁଆ ଖାମଖିଆଲି ମନୋଭାବ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦୀର୍ଘ ଦୁଇ ବର୍ଷ ହେଲା ହିନ୍ଦୋଳ ରୋଡ ବଜାର ମଧ୍ୟର ଦୁଇ ପାର୍ଶ୍ଵରେ ଗାତ ଖୋଳି ପକାଇ ରଖିବା ସହିତ ବଜାର ମଧ୍ୟରେ ଥିବା ରାସ୍ତା କାର୍ଯ୍ୟ ଶେଷ ନ କରିବା ହେତୁ ପ୍ରତ୍ୟେକ ଦିନ କିଛି ନା କିଛି ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି। ମାତ୍ର ସ୍ଥାନୀୟ ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି। ରାସ୍ତା ଦୁର୍ଘଟଣା ପାଇଁ ଠିକାଦାର ହିଁ ଦାୟୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/dkl.jpg)