ଭୁବନ: ଭୁବନ ଦେଇ ଯାଇଥିବା ୫୩ ନମ୍ୱର ଜାତୀୟ ରାଜପଥର ଶାମଳ ନିକଟସ୍ଥ ଚିକୁ ଢ଼ାବା ସମ୍ମୁଖରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ଟାଟା ଏସି ଗାଡ଼ି। ଆଜି ସକାଳ ପ୍ରାୟ ୯.୧୫ରେ ଘଟିଛି ଘଟଣା। ସୁରପ୍ରତାପପୁରରୁ କରମୂଳ ଦୋଉଦେଶ୍ୱର୍ ଯାଉଥିଲା ଗାଡ଼ି। ଗାଡ଼ିରେ ୧୬ଜଣ ଥିଲେ। ପୁଲିସ ଗାଡ଼ିରେ ବୁହା ହେଲେ ଆହତ।
ଖବର ପାଇ ବାଲିଝାଟି ବାସଭବନରେ ଥିବା ବିଧାୟକ ଶତ୍ରୁଘ୍ନ ଜେନା ଘଟଣା ସ୍ଥଳରେ ପହଞ୍ଚି ଗୁରୁତରମାନଙ୍କୁ କଟକ ଓ ଆହତମାନଙ୍କୁ ଢେଙ୍କାନାଳ ପଠାଇଛନ୍ତି। ଭୁବନ ନଗରପାଳ ଶୁଭେନ୍ଦୁ ସାହୁ ଓ ଡାକ୍ତର ରମେଶ ଚନ୍ଦ୍ର ସାହୁ ବି ସହଯୋଗ କରିଛନ୍ତି। ଗୁରୁତର ଆହତ ଚନ୍ଦ୍ର ସାମଲ (୨୫), ଆକାଶ ସ୍ୱାଇଁ (୨୬) ଓ କୁଲୁ ସାହୁ (୩୫)ଙ୍କୁ ୩ଟି ଆମ୍ବୁଲାନ୍ସ ରେ କଟକ ପଠାଇଛନ୍ତି ବିଧାୟକ ଶତ୍ରୁଘ୍ନ ଜେନା। ଅନ୍ୟ ୧୦ ଜଣ ସ୍ଥାନୀୟ ସ୍ତରରେ ଚିକିତ୍ସା ହେଉଥିବା ଜଣାଯାଇଛି।