ଅନୁଗୁଳ: ଗତକାଲି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ବାଲିମି ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ହାତୀ ଘଉଡ଼ାଇବା ବେଳେ ହାତରେ ବାଣ ଫୁଣି ଗୁରୁତର ହୋଇଛନ୍ତି ।
ସୂଚନା ଅନୁସାରେ ବାଲିମି ଥାନା କୁମୁରିସିଂହା ଗ୍ରାମର ଅମର ସାହୁ(୪୦) ଓ ଧୂଳିଆ ଦଳେଇ(୪୫) ଗତକାଲି ଗାଁକୁ ହାତୀ ଆସୁଥିବା ସୂଚନା ପାଇଥିଲେ। ଉଭୟେ ହାତୀକୁ ଘଉଡ଼ାଇବା ପାଇଁ ଜଙ୍ଗଲ ଆଡ଼କୁ ବାଣ ନେଇ ଯାଇଥିଲେ। ଜଙ୍ଗଲ ପାଖରେ ପହଞ୍ଚି କିଛି ବାଣ ଫୁଟାଇଥିଲେ। ହାତୀ ଜଙ୍ଗଲ ମୁହାଁ ହେବା ସମୟରେ ଅମରଙ୍କ ହାତରେ ହଠାତ ବାଣ ଫୁଟି ଯାଇଥିଲା। ଫଳରେ ଅମରଙ୍କ ଡାହାଣ ହାତ ପାପୁଲି ଫାଟି ଯିବା ସହିତ ପାପୁଲିର ମାଂସ ଛିଣ୍ଡି ପଡ଼ିଥିଲା। ଅମରଙ୍କ ପାଟି ଶୁଣି କିଛି ଦୂରରେ ଥିବା ଧୂଳିଆ ତାଙ୍କ ପାଖରେ ପହଞ୍ଚି ତାଙ୍କୁ ଅଚେତ ଅବସ୍ଥାରେ ଗାଁକୁ ନେଇ ପଳାଇ ଅାସିଥିଲେ। ପରେ ପରେ ପରିବାର ଲୋକେ ଅମରଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏବେ ତାଙ୍କ ଅବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/WhatsApp-Image-2020-11-09-at-19.20.54-1.jpeg)