ଭିଜିଲାନ୍ସ ଜାଲରେ ଢେଙ୍କାନାଳ କୋପରେଟିଭ ସୋସାଇଟି ସହକାରୀ ରେଜିଷ୍ଟ୍ରାର

ଭୁବନେଶ୍ୱର : ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ କୋପରେଟିଭ ସୋସାଇଟିର ସହକାରୀ ରେଜିଷ୍ଟ୍ରାର ବିଦ୍ୟାଧର ବେହେରାଙ୍କ ଘରେ ଆଜି ଆଜି ଭିଜିଲାନ୍ସ ଚଢଉ ହୋଇଛି । ଏକ ସମୟରେ ତାଙ୍କର ଢେଙ୍କାନାଳ ଅଫିସ, ଭୁବନେଶ୍ୱର ଓ ଭଦ୍ରକ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢଉ କରାଯାଇଛି । ଏହି ଚଢଉ ଏବେ ବି ଜାରି ରହିଥିବା ଜଣାଯାଇଛି ।

ଏହା ପୂର୍ବରୁ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲୀପ ପଟେଲଙ୍କ ଘରେ ଚଢଉ କରାଯାଇଥିଲା । ଏକ ସମୟରେ ୬ଟି ସ୍ଥାନରେ ଏହି ଚଢଉ କରାଯାଇଛି । ଚଢଉ କରାଯାଇଥିବା ସ୍ଥାନ ମଧ୍ୟରେ ରହିଛି ତାଙ୍କର ସରକାରୀ କ୍ୱାଟର୍ସ, ଅଫିସ, ବେଲମୁୁଣ୍ଡା ପୈତୃକ ଘର,ଶ୍ୱଶୂର ଘର ।

ସମ୍ବନ୍ଧିତ ଖବର