ଢ଼େଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଙ୍କିଳି ପଞ୍ଚାୟତରେ ସର୍ବ ସମ୍ମୁଖରେ ମହିଳା ସରପଞ୍ଚଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିବାର ଖବର ମିଳିଛି। ସୂଚନା ମୁତାବକ ମହିଳା ସରପଞ୍ଚ ରେଣୁବାଳା ପଲେଇଙ୍କୁ କଙ୍କିଳି ଗାଁର ଗୋଟିଏ ପରିବାରର ୫ଝଣ ସଦସ୍ୟ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଅଭିଯୋଗ ମୁତାବକ, କଙ୍କିଳି ଗାଁର ଲତାଙ୍ଗୀନ ସାହୁ, ତାଙ୍କ ସ୍ୱାମୀ ରଂଜନ କୁମାର ସାହୁ ଏବଂ ଦୁଇ ପୁଅ ଓ ଶଶ୍ୱୁର ମିଶି ସରପଞ୍ଚଙ୍କୁ କୋଭିଡ ଫାଇଲ ମାଗିଥିଲେ । କୋଭିଡ ଫାଇଲ ତାଙ୍କ ପାଖରେ ନାହିଁ, କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ପାଖରେ ଅଛି ସେ ଆସିଲେ ଫାଇଲ ଦେବି ବୋଲି କହିଥିଲେ। ହେଲେ ଲତାଙ୍ଗୀନ ସାହୁଙ୍କ ପରିବାର ଲୋକେ ଉତକ୍ଷିପ୍ତ ହୋଇ ସରପଞ୍ଚଙ୍କୁ ସର୍ବସମ୍ମୁଖରେ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିଥିଲେ। ସରପଞ୍ଚଙ୍କ ସ୍ୱାମୀ ଉଦ୍ଧାର କରିବାକୁ ଗଲା ବେଳେ ତାଙ୍କୁ ମଧ୍ୟ ମାଡ଼ ମାରିବା ସହ ଜୀବନରୁ ମାରି ଦେବାକୁ ଆକ୍ରମଣକାରୀମାନେ ଧମକ ମଧ୍ୟ ଦେଇଥିବା ସରପଞ୍ଚ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/dkl.png)