କାମାକ୍ଷାନଗର: ସମ୍ପତ୍ତି ଲୋଭରେ ଦାଦା ଶଶୁରଙ୍କ ଉପରେ ଦୁଇ ଝିଆରୀ ଜ୍ବାଇଁ ମରଣାନ୍ତକ ଆକ୍ରମଣ କରିଥିବା ଜାଣିବାକୁ ମିଳିଛି। ସୂଚନା ଅନୁସାରେ ଭୁବନ ବ୍ଲକ ଯମୁନାକୋଟ ଗ୍ରାମର ଛବୀନ୍ଦ୍ର କୁମାର ସାହୁ ନିଜ ଘର ସାମ୍ନାରେ ବସିଥିବା ବେଳେ ତାଙ୍କ ଦୁଇ ଝିଆରୀ ଜ୍ବାଇଁ ତାଙ୍କୁ ଏକ ଭୁଜାଲି ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ। ଯାହାଫଳରେ ତାଙ୍କ ପେଟ ଓ ବେକରେ ଗଭୀର ଆଘାତ ଲାଗିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ଛବୀନ୍ଦ୍ରଙ୍କ ସ୍ତ୍ରୀ କସ୍ତୁରୀ ସାହୁ କ୍ୟାମେରା ସାମ୍ନାରେ ତାଙ୍କର ଦୁଇ ଝିଆରୀ ଜ୍ୱାଇଁ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଅଭିଯୋଗ କରିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ବେଳେ ଛବୀନ୍ଦ୍ରଙ୍କ ଅବସ୍ଥା ସଂକଟାପନ୍ନ ରହିଛି।
ସମ୍ପତ୍ତି ଲୋଭରେ ୨ ଝିଆରୀ ଜ୍ବାଇଁଙ୍କର ମରଣାନ୍ତକ ଆକ୍ରମଣ, ଦାଦା ଶଶୁର ଗୁରୁତର
/sambad/media/post_attachments/wp-content/uploads/2022/05/4ace04ec-fa03-436c-b723-77c29af58f22.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)