ଯୁବତୀଙ୍କୁ ପୋଡ଼ି ହତ୍ୟା ଉଦ୍ୟମ

ପାଇକସାହି: ଠାକୁରଗଡ଼ ଥାନା କରଡ଼ାବାହାଳିମଧୁ ଗାଁର ନିରାଶ ପରିଡ଼ା(୩୫)ଙ୍କୁ ତାଙ୍କ ଭାଉଜ ଗତକାଲି ନିଆଁରେ ପୋଡ଼ି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ, ନିରାଶ ଜଣେ ଅବିବାହିତ ଯୁବତୀ। ତାଙ୍କ ସାନଭାଇଙ୍କ ପତ୍ନୀ ଜ୍ୟୋତ୍ସ୍ନାରାଣୀ ଓ ତାଙ୍କ ମଧ୍ୟରେ ପୂର୍ବରୁ ଗଣ୍ଡଗୋଳ ଲାଗି ରହିଥିଲା। ଗତକାଲି ‌ନିରାଶ ଚୁଲିରେ ରୋଷେଇ କରିବା ସମୟରେ ଜ୍ୟୋତ୍ସ୍ନାରାଣୀ ତାଙ୍କୁ ନିଆ‌ଁରେ ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ଆଜି ନିରାଶ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏ ସଂପର୍କରେ କେସ୍ ନମ୍ବର ୧୧୦/୨୦୧୮, ଦଫା ୩୪୧, ୩୨୪, ୩୦୭ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର