ଢେଙ୍କାନାଳ: ସହରର ଦୁର୍ଗା ବଜାର ସ୍ଥିତ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର କୋପରେଟିଭ୍ ସୋସାଇଟି କାର୍ଯାଳୟରେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କୁ ତାଙ୍କର ସଂପର୍କୀୟ ଦିଅର ହତ୍ୟା ଉଦ୍ୟମ କରଥିଲେ। ଏହି ମାମଲାର ଶୁଣାଣି କରି ଅତିରିକ୍ତ ସେସନ୍ସ ଜଜ୍ ଗୀତାଞ୍ଜଳି ନନ୍ଦ ଅଭିଯୁକ୍ତକୁ ୪ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ହଜାର ଟଙ୍କା ଜରିମନା ଆଦେଶ ଦେଇଛନ୍ତି। ଜରିମନା ଅନାଦେୟ ଅଧିକ ୬ମାସ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି।
ସୂଚନା ଅନୁଯାୟୀ, ଗୋଡିସାହି ଅଚଂଳର ସ୍ୱର୍ଗତ ଘନ ନାଏକଙ୍କ ପତ୍ନୀ ମିନତି ନାଏକ(୩୫)ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର କୋପରେଟିଭ୍ ସୋସାଇଟି କାର୍ଯାଳୟରେ ଝାଡୁଦାର ଭାବେ କାର୍ଯ୍ୟ କରନ୍ତି। ୨୦୧୫ ମସିହା ଜୁନ୍ ୬ ତାରିଖ ସକାଳ ୮ ଟାରେ ମିନତି ଅଫିସ୍ ଝାଡୁ କରୁଥିବା ବେଳେ ତାଙ୍କ ସଂପର୍କୀୟ ଦିଅର ସୁଶୀଲ ନାଏକ ସେଠାରେ ପହଂଚି ତାଙ୍କୁ ୨୦ ହଜାର ଟଙ୍କା ମାଗିଥିଲେ। ଏତେ ଟଙ୍କା ଦେଇ ପାରିବ ନାହିଁ ବୋଲି ମିନତି କହିବାରୁ ସୁଶୀଲ ଉତ୍ତ୍ୟକ୍ତ ହୋଇ ସେଠାରେ ପଡିଥିବା ଏକ ବାଡିରେ ମିନତିଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲେ। ମିନତିଙ୍କ ମୁଣ୍ଡଫାଟି ଯିବାରୁ ପ୍ରବଳ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ସେ ଅଚେତ ହୋଇପଡିଥିଲେ। ଖବର ପାଇ ତାଙ୍କ ଭାଇ ରାଜେନ୍ଦ୍ର ଜେନା, ମିନତିଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିଲା। ଏନେଇ ମିନତିଙ୍କ ପରିବାରର ଅଭିଯୋଗ କ୍ରମେ ଟାଉନଥାନା ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ସୁଶୀଲକୁ ଗିରଫ କରି କୋର୍ଟଚାଲାଣ କରିଥିଲେ। ପରେ ଅଭିଯୁକ୍ତ ସୁଶୀଲ ଜାମିନରେ ଯାଇଥିଲେ। ଏହି ମାମଲାର ଆଜି ଶୁଣାଣି କରି ଅତିରିକ୍ତ ସେସନ୍ସ ଜଜ୍ ଗୀତାଞ୍ଜଳି ନନ୍ଦ ଅଭିଯୁକ୍ତ ସୁଶୀଲକୁ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ସୂର୍ଯ୍ୟ ନାରାୟଣ ତ୍ରିପାଠୀ ଓ ନିରଞ୍ଜନ ସାହୁ ମାମଲା ପରିଚାଳନା କରିଥିଲେ।

Advertisment

ପତ୍ନୀହନ୍ତାକୁ ଆଜୀବନ ସଜ୍ଜାpublive-image
ତାଳଚେର: ଏକ ହତ୍ୟା ମାମଲାର ବିଚାର କରି ତାଳଚେର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଲୁନା ମହାନ୍ତି ଅଭିଯୁକ୍ତ ଯାତ୍ରାକର ବୋଇତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପ୍ରକାଶ ଯେ, ଖମାର ଥାନା ଖଗଡାପଶି ଗ୍ରାମର ରାଜୀବ ଦେହୁରୀଙ୍କ ଝିଅ ଲାବଣ୍ୟକୁ ଯାତ୍ରାକର ବୋଇତକୁ ୨୦୧୦ ମସିହାରେ ବିବାହ କରିଥିଲେ। ବିବାହ ପରଠାରୁ ଯାତ୍ରାକର ଓ ଶାଶୂ ତୁଳସୀ ବୋଇତ ଲାବଣ୍ୟକୁ ଗାଲିମାଡ ଦେଇ ଆସୁଥିଲେ। ଗତ ୨୦୧୫ ମସିହା ଜୁନ୍ ୨ ତାରିଖରେ ଲାବଣ୍ୟ ଆହ୍ମହତ୍ୟା କରିଛି ବୋଲି ଶାଶୂ ଘର ଲୋକଙ୍କ ଠାରୁ ଖବର ପାଇଥିଲେ। ରାଜୀବ ଦେହୁରୀ ତାଙ୍କ ଝିଅକୁ ମାରି ଦିଆଯାଇଛି ବୋଲି ଥାନାରେ ଅଭିଯୋଗ ଆଣିଥିଲେ। ଖମାର ଥାନାରେ ଏକ ମାମଲା ରୁଜୁ କରି ଥାନା ଅଧିକାରୀ ନମିତା ନାଏକ ତଦନ୍ତ ଆରମ୍ଭ କରି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ, ପାରିପାର୍ଶ୍ବିକ ପ୍ରମାଣ ଓ ସାକ୍ଷୀମାନଙ୍କ ବୟାନକୁ ଭିତ୍ତି କରି ମାନ୍ୟବର ଜଜ ଶେଷରେ ଏହି ରାୟ ଶୁଣାଇଛନ୍ତି। ଶାଶୂ ତୁଳସୀକୁ ଖଲାସ କରାଯାଇଛି। ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ହରେକୃଷ୍ଣ ପାତ୍ର, ନିର୍ମଳ ତ୍ରିପାଠୀ ମାମଲା ପରିଚାଳନା କରିଥିଲେ।