ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଅଧିକାରୀ ତଥା ନିକଟରେ ଇନସ୍ପେକ୍ଟରରୁ ଡିଏସପିକୁ ପଦୋନ୍ନତି ପାଇଥିବା ଅଭିନବ ଡାଳୁଅ ଥାନାରେ ମଙ୍ଗଳବାର ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନସ ସେଲ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ସେଲର ଡିଏସପି ପ୍ରଦ୍ୟୁମ୍ନ କୁମାର ଦିବେଦୀଙ୍କ ନେତୃତ୍ଵରେ ଏକ ୧୧ ଜଣିଆ ଦଳ ସଦର ଥାନା ଓ ଅମଲାପଡାସ୍ଥିତ ତାଙ୍କ ସରକାରୀ ବାସଭବନରେ ଚଢ଼ାଉ ଜାରି ରଖିଛି ।
ସୂଚନାରୁ ପ୍ରକାଶ କି କୋଇଲା ବୋଝେଇ ଟ୍ରକ ପାର କରିବାକୁ ଅଭିନବ ଟ୍ରକ ମାଲିକମାନଙ୍କୁ ଧମକାଇବା ସହିତ, ଜଣେ ମାଲିକଙ୍କ ନିକଟରୁ ଏଥିପାଇଁ ୩୦ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ସେଲ ହାତରେ ଧରାପଡ଼ିଛନ୍ତି । ୩ଟି କୋଇଲା ବୋଝେଇ ଗାଡ଼ି ମଧ୍ୟରୁ କିଛିଦିନ ତଳେ ଗୋଟିଏ ଟ୍ରକ ପାଇଁ ୧୫ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଆଉ ୨ଟି ଟ୍ରକ ପାଇଁ ୩୦ ହଜାର ଟଙ୍କା ନେବା ବେଳେ ସେ ଧରାପଡ଼ିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/80a85fca-4a5c-4bd0-924f-c267890d22d0.jpg)