ବାରମଞ୍ଚା-ଗୋବିନ୍ଦପୁର ରାସ୍ତା ଶୋଚନୀୟ

ଛେଣ୍ଡିପଦା: ଛେଣ୍ଡିପଦା ବ୍ଲକ୍‌ ଟାଙ୍ଗିରି ପଞ୍ଚାୟତର ବାରମଞ୍ଚାରୁ ଗୋବିନ୍ଦପୁର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଫଳରେ ୩ଟି ପଞ୍ଚାୟତର ଲୋକ ଯାତାୟାତରେ ଦୁର୍ଦଶା ଭୋଗୁଛନ୍ତି। ୭ ବର୍ଷ ପୂର୍ବେ ୬ କିଲୋମିଟର ରାସ୍ତାରେ ମନରେଗା ଯୋଜନାରେ ମାଟି ବିଛା ଯାଇଥିଲା। ମାଟି ଉପରେ ମୋରମ ବିଛାଯାଇନଥିବାରୁ ବର୍ଷା ଦିନରେ ଏହା କାଦୁଅରେ ଭର୍ତି ହୋଇଯାଉଛି। ଏହି ରାସ୍ତା ଦେଇ ବାପୁଜୀ ମହାବିଦ୍ୟାଳୟକୁ ପାଟକୁମୁଣ୍ଡା, ଟାଙ୍ଗିରି, ମାଛକୁଟା ପଞ୍ଚାୟତର ୧୦ଟି ଗ୍ରାମର ଲୋକ, ଛାତ୍ରଛାତ୍ରୀ ଯାତାୟାତ କରୁଛନ୍ତି। ଟାଙ୍ଗିରି ପଞ୍ଚାୟତବାସୀଙ୍କ ଦାବିକ୍ରମେ ଛେଣ୍ଡିପଦା ପଞ୍ଚାୟତ ସମିତି ବୈଠକରେ ଉକ୍ତ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ କିମ୍ବା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରି ଏହାର ଉନ୍ନତି ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଥିଲା। ଏଥିନେଇ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ନିକଟକୁ ସମିତି ପକ୍ଷରୁ ଚିଠି କରାଯାଇଛି। ତୁରନ୍ତ ଏଡାକୁ କାର୍ଯ୍ୟକାରୀ କରିବାକୁ ଦୟାନିଧି ବେହେରା, ଡିଲେଶ୍ୱର ମାଝୀ, ଶରତ ଚନ୍ଦ୍ର ଧଳ, ମାନସ ରଂଜନ ସାହୁ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳଙ୍କ ସମେତ ଟାଙ୍ଗିରି ପଞ୍ଚାୟତବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର