ଭାଗୀରଥିପୁରଶାସନରେ ଅଗ୍ନିକାଣ୍ଡ:୧୦ ବଖରା ପାଉଁଶ

କାମାକ୍ଷାନଗର: କାମାକ୍ଷାନଗର ବ୍ଲକ୍‌ ଭାଗୀରଥିପୁରଶାସନ ଗାଁରେ ଆଜି ଦିନ ସାଢ଼େ୧୧ଟାବେଳେ ନିଆଁଲାଗି ୧୦ ବଖରା ଘର ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ଗାଁର ମେଘ ମଲ୍ଲିକ ଓ ମାନୀ ମଲ୍ଲିକଙ୍କର ୨ବଖରା ଲେଖାଏ ,ଛବି ମଲ୍ଲିକ ଓ ଅଭି ମଲ୍ଲିକଙ୍କର ୩ ବଖରା ଲେଖାଏଁ ଘର ପୋଡ଼ିଯାଇଛି। ଘରେ ଥିବା ଆସବାବପତ୍ର, ଖାଦ୍ୟ ଶସ୍ୟ ଜଳି ନଷ୍ଟ ହୋଇଯାଇଛି। କାମାକ୍ଷାନଗର ଅଗ୍ନିଶମ ବାହିନୀ ନିଆଁ ଲିଭାଇଥିଲେ। କିନ୍ତୁ ସରକାରୀ ରିପୋର୍ଟ ଅନୁସାରେ ୪ ବଖରା ଘର ପୋଡ଼ିଯାଇଥିବା ତହସିଲଦାର ସୁଧାଂଶୁ ମହାନ୍ତି କହିଛନ୍ତି। ବିପନ୍ନ ପରିବାରମାନଙ୍କୁ ପଲିଥିନ୍‌ ଯୋଗାଇ ଦିଆଯାଇଛି। ନିୟମ ମୁତାବକ ସେମାନଙ୍କୁ ସହାୟତା ଦିଆଯିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର