ନିରାଡ଼ମ୍ବରରେ ପାଳିତ ହେଲା ଭୁବନର ପ୍ରସିଦ୍ଧ ବଳଦ ଯାତ୍ରା, ୩୧ ପରିବର୍ତ୍ତେ ମାତ୍ର ଦୁଇ ସୁସଜ୍ଜିତ ବଳଦରେ ନଗର ପରିକ୍ରମା

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନର ପ୍ରସିଦ୍ଧ ବଳଦ ଯାତ୍ରାର ଶୁଭ ଅନୁକୂଳ ଅନୁଷ୍ଠିତ ହୋଇଛି । ପ୍ରତିବର୍ଷ ଅନୁକୂଳ ସମୟରେ ପ୍ରାୟ ୩୧ଟି ବଳଦ ଏବଂ ଷଣ୍ଢଙ୍କୁ ସୁସଜ୍ଜିତ କରି ନଗର ପରିକ୍ରମା କରାଯାଏ । କିନ୍ତୁ କରୋନା କଟକଣା ପାଇଁ ଯାତ୍ରାକୁ ଏ ଥର ନିରାଡ଼ମ୍ବର ଭାବେ ପାଳନ କରାଯାଇଛି। ମାତ୍ର ଦୁଇଟି ବଳଦଙ୍କୁ ସସଜ୍ଜିତ କରି ଥୋରିଆ ସମାଜ ଓ ସାଥୁଆ ସମାଜର କର୍ମକର୍ତ୍ତା ମାନେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରିଛନ୍ତି।

ସମ୍ବନ୍ଧିତ ଖବର