୨୪ବର୍ଷରେ ଢେଙ୍କାନାଳ ଜିଲ୍ଲା ବିଜ୍ଞାନ କେନ୍ଦ୍ର :ଖୋଲିଲା ନୂଆ ଗ୍ୟାଲେରି

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବିଜ୍ଞାନ କେନ୍ଦ୍ର ୨୪ବର୍ଷରେ ପଦାର୍ପଣ କରିଛି। ଏହି ଅବସରରେ ଦର୍ଶକ ଓ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଜୀବ ବିଜ୍ଞାନ ଗ୍ୟାଲେରୀ ଖୋଲାଯାଇଛି। ଅତିରିକ୍ତ ଜିଲ୍ଲାପାଳ ଅବନୀକାନ୍ତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂଆ ଗ୍ୟାଲେରୀକୁ ଆଜି ଲୋକାର୍ପିତ କରିଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାନନ୍ଦ ପରିଡ଼ା, କଲିକତା ସ୍ଥିତ ବିରଳା ଭବନର ଉପନିର୍ଦ୍ଦେଶକ ସୁଭାଶିଷ ଦାସ ପ୍ରମୁଖ ଅନ୍ୟତମ ଅତିଥି ଭାବେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଲୋକାର୍ପଣ ପରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଥିଲା।

ସମ୍ବନ୍ଧିତ ଖବର