ପରିତ୍ୟକ୍ତ କୂଅରୁ ବାର୍‌ହା ଉଦ୍ଧାର

ଢେଙ୍କାନାଳ: ସଦର ବନାଞ୍ଚଳ ନରଣପୁର ଗ୍ରାମର ସୁଦର୍ଶନ ପ୍ରଧାନଙ୍କ ଏକ ଖୋଲା ପରିତ୍ୟକ୍ତ କୂଅରୁ ପ୍ରାୟ ଦୁଇ କୁଇଣ୍ଟାଲ୍‌ ଓଜନର ଏକ ବାର୍‌ହା ଉଦ୍ଧାର କରାଯାଇଛି । ବନ୍ୟଜୀବ ଓ ସାପ ଉଦ୍ଧାରକାରୀ ଦଳର ସଦସ୍ୟ, ସଦର ବନାଞ୍ଚଳ କର୍ମଚାରୀ ଓ ଢେଙ୍କାନାଳ ଦମକଳ କେନ୍ଦ୍ର କର୍ମଚାରୀଙ୍କ ମିଳିତ ଉଦ୍ୟମରେ ବାର୍‌ହାକୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ବାର୍‌ହାକୁ କପିଳାସ ଅଭୟାରଣ୍ୟରେ ଛଡାଯାଇଛି। ଏହି ଉଦ୍ଧାର କାର୍ଯ୍ୟରେ ଆଓ୍ଵାର୍ଡର ସଂପାଦକ ରାଜେନ୍ଦ୍ର ପାଣିଗ୍ରାହୀ, ଡେପୁଟି ରେଞ୍ଜର ତରୁଣ ମହାନ୍ତି, ବନପାଳ ସୁବାସ ସାହୁ, ବନପାଳ ପ୍ରଦ୍ୟୁମ୍ନ ଭଞ୍ଜ, ବନରକ୍ଷୀ ଶ୍ରୀକାନ୍ତ ଗୁରୁ, ଏଲିଫ୍ୟାଣ୍ଟ ସ୍କ୍ଵାଡ୍‌, ଢେଙ୍କାନାଳ ଦମକଳ କେନ୍ଦ୍ର କର୍ମଚାରୀ ଏବଂ ବନ୍ୟଜୀବ ଓ ସାପ ଉଦ୍ଧାରକାରୀ ଦଳର ସଦସ୍ୟ ସୌମ୍ୟଜିତ୍‌ ରଥ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର