ଢେଙ୍କାନାଳ: ଆଜି ଦିନ ୧୨ଟା ୧୦ ମିନିଟ ସମୟରେ ଢେଙ୍କାନାଳ ବାଇପାସରେ ଏକ ବସରେ ନିଆଁ ଲାଗିଯାଇଥିଲା। ଏହାଫଳରେ ବସ୍ ଟି ସଂପୂର୍ଣ୍ଣ ଜଳିଯାଇଥିଲା। ତେବେ ଏହି ଅଘଟଣରୁ ଅଳ୍ପରେ ବର୍ତ୍ତିଯାଇଛନ୍ତି ଯାତ୍ରୀ।
ଜାତୀୟ ରାଜପଥ-୫୫ର ଆନନ୍ଦନଗର ନିକଟରେ ଜଳିଯାଇଥିବା ବସ୍ଟି ତାଳଚେରରୁ ଭୁବନେଶ୍ୱର ଆଡ଼କୁ ଆସୁଥିବା ବେଳେ ଅଘଟଣ ଘଟିଥିବା ଜଣାଯାଇଛି। ଖବର ପାଇ ତତକ୍ଷଣାତ୍ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/9bbb6701-17e1-4636-ba42-e00bb7aa9e69.jpeg)