କାମାକ୍ଷାନଗର: କାମାକ୍ଷାନଗର ଥାନା ବାଇସିଙ୍ଗା ପୋଲ ତଳକୁ ଆଜି ଏକ ଯାତ୍ରୀବାହୀ ବସ୍ର ଗୋଟିଏ ଚକ ଖସିଯାଇଥିଲା। ଚାଳକଙ୍କ ଉପସ୍ଥିତ ବୁଦ୍ଧିଯୋଗୁଁ ବସ୍ର ଯାତ୍ରୀମାନେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜଗନ୍ନାଥ ନାମକ ଏକ ଘରୋଇ ବସ୍ ଯାଜପୁର ଯାଉଥିଲା। ବାଇସିଙ୍ଗା ନିକଟ ପୋଲ ପାଖରେ ଭୁବନ ଆଡ଼ୁ ଆସୁଥିବା ଏକ ଟ୍ରକ୍ ତାକୁ ସାଇଡ୍ ମାରି ପଳାଇଥିଲା। ଫଳରେ ବସ୍ର ଆଗ ଚକ ପୋଲ ତଳକୁ ଖସିଯାଇ ଥିଲା। ଚାଳକ ବ୍ରେକ୍ କଷିବାରୁ ବସ୍ ସ୍ବଳ୍ପ ଝୁଲନ୍ତା ଅବସ୍ଥାରେ ଅଟକି ରହିଥିଲା। ଫଳରେ ସେଥିରେ ଯାଉଥିବା ୩୦ ଜଣ ଯାତ୍ରୀ ରକ୍ଷା ପାଇଯାଇଛନ୍ତି।
ପୋଲରୁ ଖସିଲା ବସ୍:ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ
/sambad/media/post_attachments/wp-content/uploads/2019/05/dhenkan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)