ଗଛରେ ପିଟିହେଲା କାର୍: ଚାଳକଙ୍କ ମୃତ୍ୟୁ

କାମାକ୍ଷାନଗର:ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍। ଏହାଫଳରେ କାର୍ ଚାଳକଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। କାମାକ୍ଷାନଗର ଅଞ୍ଚଳରେ ଏଭଳି ଅଘଟଣ ଘଟିଛି। ମୃତକ ହେଲେ କାମାକ୍ଷାନଗର ଥାନା ମହୁଲପାଳ ଗ୍ରାମର ସନ୍ତୋଷ ସାସମଲ।
ମିଳିଥିବା ସୂଚନା ଅନୁଯାୟୀ, ସନ୍ତୋଷ ସାସମଲ ଗତକାଲି ସନ୍ଧ୍ୟା ସମୟରେ ନିଜର କାର୍ ନେଇ ଆଉ ଘରକୁ ଫେରି ନଥିଲେ। ଆଜି ସକାଳେ କଙ୍କଡାହାଡ ଥାନା ତଣ୍ଡିମୁଣ୍ଡା ଗ୍ରାମ ନିକଟରେ ତାଙ୍କ କାରଟି ଦୁର୍ଘଟଣା ଘଟିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ମୃତଦେହ ଉଦ୍ଧାର କରି କାମାକ୍ଷାନଗର ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପରିବାର ଲୋକଙ୍କୁ ଜଣାଇଥିଲା। ଏ ନେଇ କିଛି ସମୟ ପାଇଁ ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର