ନିଜେ ଅଧା ମାସ୍କ ପିନ୍ଧି ମାସ୍କ ଚେକିଙ୍ଗ କରୁଛନ୍ତି ପୁଲିସ୍ ବାବୁ !

କାମାକ୍ଷାନଗର: କରୋନା ମହାମାରୀ ପାଇଁ ସମଗ୍ର ବିଶ୍ୱ ଆତଙ୍କିତ ଅବସ୍ଥାରେ ଅଛି ଆଉ ଏହାର କୌଣସି ନିରାକରଣ ନାହିଁ। ଏକମାତ୍ର ବାଟ ହେଲା ମାସ୍କ ପିନ୍ଧିବା ଆଉ ସାମାଜିକ ଦୂରତା ରକ୍ଷା କରିବା। ଯାହାକୁ ନେଇ ଅନେକ ସମୟରେ ପୁଲିସ ଆଉ ପ୍ରଶାସନ ତରଫରୁ ମାସ୍କ ଚେକିଙ୍ଗକୁ କଡାକଡି କରାଯାଇଛି।  କିନ୍ତୁ ତାହା କିପରି କରାଯାଉଛି ଫଟୋ ଦେଖି ଆପଣ ଅନୁମାନ କରିପାରୁଥିବେ ନିଶ୍ଚୟ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପୁଲିସ୍‌ ତରଫରୁ ଆଜି ସ୍ଥାନୀୟ ଜଗନ୍ନାଥ ବଜାର ଛକ ନିକଟରେ ପୁଲିସ୍‌ବାବୁମାନେ ଆସି ମାସ୍କ ଚେକିଙ୍ଗକୁ କଡାକଡି କରିଥିଲେ। ରାସ୍ତାରେ ଯାଉଥିବା ଲୋକମାନେ ମାସ୍କ ନ ପିନ୍ଧିଲେ ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଉଥିଲା। କିନ୍ତୁ ଯେଉଁମାନେ ସେଠାରେ ଚେକିଙ୍ଗ କରୁଥିଲେ ତାଙ୍କ ମଧ୍ୟରୁ ଜଣେ ପୁଲିସ୍‌ ବାବୁ  ମାସ୍କକୁ  ନାକ ଓ ପାଟି ତଳକୁ ପିନ୍ଧି ଲୋକଙ୍କୁ ତାଗିଦ କରୁଥିଲେ। ହେଲେ ପୁଲିସ୍‌ ବାବୁ ଜଣକ ଜାଣି ନଥିଲେ ଯେ ସେ ନିଜେ ଠିକ୍‌ ଭାବରେ ମାସ୍କ ପିନ୍ଧିନାହାନ୍ତି । ଆମ କାମାକ୍ଷାନଗର ପ୍ରତିନିଧି ଫଟୋ ଉଠାଇବାରୁ ସେ କହିଲେ କି ଫଟୋ ଉଠାଇବା ପୂର୍ବରୁ କହିଲେନି ମୁଁ ମାସ୍କ ତାକୁ ଉପରକୁ ଉଠାଇ ଦେଇଥାନ୍ତି।

ସମ୍ବନ୍ଧିତ ଖବର